Advertisment

ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି

ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

Representational image

Elephant (Symbolic Image)

Advertisment

ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ। ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ। ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

Advertisment

ସେହିପରି ରାଜ୍ୟରେ ହାତୀ ଉପଦ୍ରବ ବି ବଢିଥିବା କହିଛନ୍ତି ମନ୍ତ୍ରୀ। ଏହି ୩ ବର୍ଷରେ ହାତୀ ଆକ୍ରମଣରେ ୧୩୯ ଗୃହପାଳିତ ପଶୁଙ୍କ ଜୀବନ ଯାଇଛି। ଏହି ସମୟରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବାବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି। ସେହିପରି ୫ଟି କଲରାପତରିଆ ବାଘ ଓ ୨୦୦ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ସେପଟେ କେବଳ କେନ୍ଦ୍ରାପଡ଼ାରେ ଗତ ୫ ବର୍ଷରେ ୨୨ଜଣଙ୍କୁ ଖାଇ ସାରିଲାଣି କୁମ୍ଭୀର। ବର୍ଷ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୨୨ ଜଣଙ୍କ ଜୀବନ ଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ତଥ୍ୟ ରଖିଛନ୍ତି। ବିଶେଷକରି ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣର ସଂଖ୍ୟା ଅଧିକ। ବର୍ଷା ଋତୁରେ ଜଳସ୍ତର ବୃଦ୍ଧି ହେଲେ ନଦୀରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବଢିଥାଏ ବୋଲି ମନ୍ତ୍ରୀ ପ୍ରଶ୍ନୋତ୍ତରରେ କହିଛନ୍ତି।

Advertisment
Odisha Assembly Elephant Attack Crocodile Attack Ganesh Ram Singh Khuntia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe