Advertisment

ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ବନ ବିଭାଗ

ଢେଙ୍କାନାଳ ଜିଲ୍ଳା ଭୁବନରେ ବନ ବିଭାଗର ଚଢ଼ାଉ। ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମାଙ୍କଡ଼ା ପଥର ଟ୍ରକ ଜବତ।

author-image
Biswajit Samal
2 illegal sand loading tractors

2 illegal sand loading tractors

ଢେଙ୍କାନାଳ ଜିଲ୍ଳା ଭୁବନରେ ବନ ବିଭାଗର ଚଢ଼ାଉ। ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମାଙ୍କଡ଼ା ପଥର ଟ୍ରକ ଜବତ। ମହୁଲପାଳ କଣପାଳ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ବନ ବିଭାଗ।

Advertisment

ଗନ୍ଦିଆ ବନାଞ୍ଚଳ ଅନ୍ତର୍ଗତ ବାଜିରାଉତ ସେତୁ ଦେଇ ଭୁବନ ଅଞ୍ଚଳରେ ଦୈନନ୍ଦିନ ଶହ ଶହ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ଏହି ରାସ୍ତା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। କୌଣସି ସୁତ୍ରରୁ ଖବର ପାଇ ଭୁବନ ବନବିଭାଗ ଚଢ଼ାଉ ଆରମ୍ଭ କରି ଥିଲା। ଆଜି ଦୁଇଟି ବାଲି ବୋଝେଇ ଟ୍ରକ ସହିତ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଧରିବାରେ ସକ୍ଷମ ହୋଇଛି।

Odisha Forest Department