Advertisment

ଜାଲରେ ପଡ଼ିଲା ମଣିଷ ଖିଆ କୁମ୍ଭୀର

ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ମଣିଷ ଖିଆ କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମହୁଲିଆ କେନାଲରେ ଭାସୁଥିଲା। ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Kendrapara

Crocodile

Advertisment

ବନ ବିଭାଗକୁ ଚକ୍‌ମା ଦେଉଥିବା ମଣିଷ ଖିଆ କୁମ୍ଭୀର ଆଜି ଜାଲରେ ପଡ଼ିଛି। ଦୀର୍ଘ ଦିନର ଲୁଚକାଳି ଖେଳ ପରେ ବନ ବିଭାଗ କୁମ୍ଭୀରକୁ ଧରିବାରେ ସଫଳ ହୋଇଛି। କାବୁ ପରେ ମଣିଷ ଖିଆ କୁମ୍ଭୀରକୁ ଭିତରକନିକା ସଂଲଗ୍ନ ବାଉଁଶଗଡ଼ ନଦୀରେ ବନ ବିଭାଗ ଛାଡ଼ିଛି।

Advertisment

ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ମଣିଷ ଖିଆ କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମହୁଲିଆ କେନାଲରେ ଭାସୁଥିଲା। ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାଜନଗର ଓ କନିକା ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ୪୦ ଜଣିଆ ବନ କର୍ମଚାରୀ ମହୁଲି କେନାଲ୍‌ ପଠାରେ ପହଞ୍ଚିଥିଲେ। ସାଥୀରେ ଜାଲ ଓ ଜେସିବି ମେଶିନ୍‌ ଆଣିଥିଲେ। କୁମ୍ଭୀର ଯେପରି ବ୍ରାହ୍ମଣୀକୁ ନଫେରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ପ୍ରଥମେ କେନାଲ୍‌ରୁ ଦଳ ସଫା କରାଯାଇଥିଲା।

କେନାଲରୁ ଦଳ ସଫା କରାଯିବା ପରେ ଜାଲ ଟଣା ଯାଇଥିଲା। ଦୀର୍ଘ ୭ ଘଣ୍ଟାର ଅପରେଶନ୍‌ରେ ବନ କର୍ମଚାରୀମାନେ କୁମ୍ଭୀରକୁ କାବୁ କରିଥିଲେ। କୁମ୍ଭୀର ଲମ୍ୱ ୧୩ ଫୁଟ୍‌। ପରେ ବନବିଭାଗ କୁମ୍ଭୀରକୁ ନେଇ ଭିତକନିକା ସଂଲଗ୍ନ ବାଉଁଶଗଡ଼ ନଦୀରେ ଛାଡିଥିଲା।

Advertisment

ଜୁନ ୨୧ ତାରିଖରେ ହାତୀଆଗଡି ଗାଁର ସୀତାରାଣୀ ଦାସଙ୍କୁ ବାରିପଛ ପୋଖରୀରୁ ଟାଣି ନେଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଣିଷ ଖୁଆ କୁମ୍ଭୀରକୁ କାବୁ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରିଥିଲେ। ଏହା ପରେ ବନ ବିଭାଗ ତତ୍ପର ହୋଇଥିଲା। କୁମ୍ଭୀରକୁ ଧରିବା ପାଇଁ ପ୍ରୟାସ କରିଥିଲା। ମାତ୍ର କୁମ୍ଭୀର ଚକ୍‌ମା ଦେଇ ପଳାଇ ଯାଉଥିଲା। ବାରମ୍ୱାର ନିରାଶ ହେବା ପରେ ଅଜି କିନ୍ତୁ ଜାଲ ପକାଇ କୁମ୍ଭୀରକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ।

ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe