Advertisment

ଟ୍ରାଙ୍କୁଲାଇଜ୍‌ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’

ଆଜି କିନ୍ତୁ ସୁଯୋଗ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବନ ବିଭାଗ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍‌ କରିବାରେ ସକ୍ଷମ ହୋଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଅଦ୍ୟତନ ହୋଇଛି
undefined

Tigress Zeenat

Advertisment

ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ଜମାରୁ ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଯାହାକୁ ନେଇ ପଡ଼ିଯାଇଥିଲେ ଶିମିଳିପାଳ ପ୍ରାଣି ଉଦ୍ୟାନ୍‌ କର୍ତ୍ତୃପକ୍ଷ। ଦୀର୍ଘ ସମୟର ଲୁଚକାଳି ପରେ ଆଜି ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ‘ଜିନ୍ନତ’ ଟ୍ରାଙ୍କୁଲାଇଜ୍‌ ନେଇ ସୂଚନା ଦେଇଛନ୍ତି ବାରିପଦା RCCF ପ୍ରକାଶ ଗୋଗିନେନି।

Advertisment

ଝାଡ଼ଖଣ୍ଡ ଛାଡ଼ିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗର ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୁରି ବୁଲୁଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ‘ଜିନ୍ନତ ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇନ୍‌ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍‌ ପାଇଁ ସ୍ୱତନ୍ତ୍ର ଟିମ୍‌ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’। ଯାହାଫଳରେ ଟ୍ରାଙ୍କୁଲାଇଜ୍‌ କରାଯାଇ ପାରୁନଥିଲା।

ଡ୍ରୋନ୍‌ ମାଧ୍ୟମରେ ‘ଜିନ୍ନତ ’ର ଲୋକେସନ ଟ୍ରାକ୍ କରାଯାଇଥିଲା। ଲୋକେସନ୍‌ ମିଳିବା ପରେ ଜିନ୍ନତ ଘୁରି ବୁଲୁଥିବା ଅଞ୍ଚଳକୁ ଚାରିପାଖରୁ ଜାଲ ବିଛା ଯାଇଥିଲା। ତା’ପରେ ଜିନ୍ନତକୁ ଲକ୍ଷ୍ୟ କରି ଟ୍ରାଙ୍କୁଲାଇଜର କରିଥିଲେ ବନ ବିଭାଗ ଟିମ୍‌। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତକୁ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ପରେ ତାକୁ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ। ବର୍ତ୍ତମାନ ବାଘୁଣୀ ଜିନ୍ନତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାରିପଦା RCCF ପ୍ରକାଶ ଗୋଗିନେନି କହିଛନ୍ତି।

Advertisment
Baripada Tiger Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe