Advertisment

ବ୍ୟାପୁଛି ଜଙ୍ଗଲ ନିଆଁ! ଚିନ୍ତାରେ ବନ ବିଭାଗ

ଡିଏଫ୍‌ଓଙ୍କ କହିବା ଅନୁସାରେ ଜଙ୍ଗଲରେ ୨୮୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି। ପୋଡୁଚାଷ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକମାନେ ନିଆଁ ଲଗାଉଛନ୍ତି।

author-image
Manoranjan Sial
Fire

Fire

କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ। ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା କହିଛନ୍ତି DFO ଧନରାଜ ଏଚଡି। ଏସବୁ ମନୁଷ୍ୟକୃତ ବୋଲି ସେ କହିଛନ୍ତି। ଜିଲ୍ଲାର ଚମ୍ପୁଆରେ ୮୦ ଟି, କେନ୍ଦୁଝର ସଦରରେ ୫୫ ଟି ଓ ବଂଶପାଳ ରେଞ୍ଜରେ ୭୦ଟି ପଏଣ୍ଟରେ ନିଆଁ ଲାଗିଛି। ସେଥିମଧ୍ୟରୁ ସିଧମଠ, କାକୁଡିଆମ୍ବା, କାଞ୍ଜିପାଣି, ଚମକପୁର, ଠାକୁରାଣୀ ଓ କଳାପାଟ ଅଞ୍ଚଳରେ ଏହି ନିଆଁ ଲାଗିଛି।

Advertisment

ଡିଏଫ୍‌ଓଙ୍କ କହିବା ଅନୁସାରେ ଜଙ୍ଗଲରେ ୨୮୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି। ପୋଡୁଚାଷ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକମାନେ ନିଆଁ ଲଗାଉଛନ୍ତି। ଏହାଛଡ଼ା ଶିକାର ପାଇଁ ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ମଧ୍ୟ ଜଙ୍ଗଲରେ ନିଆଁ ଲଗାଉଥିବା କହିଛନ୍ତି DFO। ଗତ ୭ ଦିନ ମଧ୍ୟରେ ତାତି ବଢ଼ିଥିବା ଯୋଗୁ ଅଧିକ ମାତ୍ରାରେ ନିଆଁ ବ୍ୟାପୁଥିବା ସେ କହିଛନ୍ତି।

ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଗାଁ ଲୋକଙ୍କୁ ସଚେତନତା କରାଯାଉଛି। ଏଥିପାଇଁ ୬୮୫ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ନିଆଁ ଲିଭା କାର୍ଯ୍ୟରେ ୧୪୪ଟି ନିଆଁ ଲିଭା ମେସିନ, ୧୦୪ କର୍ମଚାରୀ ଓ ୧୦ଟି ରକ୍ଷକ ଗାଡ଼ି ନିୟୋଜିତ ହୋଇଛନ୍ତି। ଏଥିସହ ୧୨୩୫ କିମି ନିଆଁ ନଡେଇଁବା ରାସ୍ତା ତିଆରି କରାଯାଇଛି। ନିଆଁ ଲାଗିଥିବା ଖବର ପାଇବାର ୧ ଘଣ୍ଟା ମଧ୍ୟରେ ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉଥିବା ଡିଏଫ୍‌ଓ କହିଛନ୍ତି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Fire Breakout Kendujhar