Advertisment

ବନ କର୍ମଚାରୀଙ୍କୁ ପୁଲିସ୍ କ୍ଷମତା, ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ

ଶିକାରୀଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି ବନ ଅଧିକାରୀ ।

PCCF

PCCF

Advertisment

ବନ କର୍ମଚାରୀଙ୍କୁ ପୁଲିସ କ୍ଷମତା। ଏଣିକି ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ ବନ ଅଧିକାରୀ। ଲୋକେସନ ଟ୍ରାକ ସହ କଲ ଡିଟେଲସ ମଧ୍ୟ ଯାଞ୍ଜ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ସପ୍ତାହର ଉଦଯାପନୀ ସମାରୋହରେ ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶିଲ କୁମାର ପୋପାଲି ।

Advertisment

ସେହିପରି ଶିକାରୀଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି ବନ ଅଧିକାରୀ । ଏ ପର୍ଯ୍ୟନ୍ତ ୯୦ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଅନ୍ୟ ଅଧିକାରୀମାନେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ନେବେ ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହୋଇଥିବା ବେଳେ ପ୍ରଦୀପ କୁମାର ଅମାତ୍, ଦେଦୀଦତ୍ତ
ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଆୟୋଜିତ ବକ୍ତୃତା, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା।

Advertisment
Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe