Advertisment

ଭାଲୁକୁ କରୁଥିଲେ ଟ୍ରାଙ୍କୁଲାଇଜ୍ ; ଚେତା ହରାଇଲେ ଫରେଷ୍ଟର

ଗତକାଲି ବନ ବିଭାଗ ଟିମ୍‌ କେରଜୁଳି ଗାଁରେ ପହଞ୍ଚି ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଇଞ୍ଜେକସନ୍ ଫରେଷ୍ଟେରଙ୍କ ଦେହରେ ବାଜିଥିଲା।

ଅଦ୍ୟତନ ହୋଇଛି
Forester

Forester

Advertisment

ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶା ଇଞ୍ଜେକସନ୍ ଦେଉଥିଲେ ଫରେଷ୍ଟେର। ଅସାବଧାନତା କାରଣରୁ ନିଜ ଦେହରେ ବାଜିଗଲା। ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ ଫରେଷ୍ଟେର। ୧୦ ଘଣ୍ଟା ପରେ ଫେରିଲା ଚେତା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେରଜୁଳି ଗାଁରେ ଏହି ଘଟଣା ଘଟିଛି। ଚିକିତ୍ସା ପରେ ଫରେଷ୍ଟର ସୁସ୍ଥ ଥିବ ଜଣାଯାଇଛି। ଉକ୍ତ ଫରେଷ୍ଟେର ଜଣଙ୍କ ହେଲେ ଦିପକ ସାହୁ।

Advertisment

ଗତକାଲି ବନ ବିଭାଗ ଟିମ୍‌ କେରଜୁଳି ଗାଁରେ ପହଞ୍ଚି ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଇଞ୍ଜେକସନ୍ ଫରେଷ୍ଟେରଙ୍କ ଦେହରେ ବାଜିଥିଲା। ସଙ୍ଗେ ସଙ୍ଗେ ଫରେଷ୍ଟର ଚେତାଶୂନ୍ୟ ହୋଇପଡ଼ିଥିଲେ।

ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ୧୦ ଘଣ୍ଟା ପରେ ଫରେଷ୍ଟରଙ୍କର ଆଜି ଚେତା ଫେରିଛି। ବର୍ତ୍ତମାନ ଫରେଷ୍ଟର ସୁସ୍ଥ ଥିବା ଜଣାଯାଇଛି। କିପରି ଏପରି ଅଘଟଣ ଘଟିଲା  ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
Dhenkanal Forester
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe