Advertisment

ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପ୍ରୟାସ

୧୦୦ରୁ ଅଧିକ ଉପକରଣର ବ୍ୟବହାର ନେଇ କର୍ମଚାରୀଙ୍କୁ ନନ୍ଦନକାନନରେ ପ୍ରଶିକ୍ଷଣ ଦିଆଯାଉଛି।

ଅଦ୍ୟତନ ହୋଇଛି
Nandankanan

Nandankanan

Advertisment

ବନ୍ୟପ୍ରାଣୀ ଓ ମଣିଷ ମଧ୍ୟରେ ସଂଘର୍ଷ ରୋକିବାକୁ ବନ ବିଭାଗ କରୁଛି ପ୍ରୟାସ। ଏହିକ୍ରମରେ ୧୦୦ରୁ ଅଧିକ ଉପକରଣର ବ୍ୟବହାର ନେଇ ନନ୍ଦନକାନନରେ କର୍ମଚାରୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।

Advertisment

ରାଜ୍ୟର ୧୮ଟି ବନଖଣ୍ଡ ପାଇଁ ରାପିଡ୍‌ ରେସ୍‌ପନ୍‌ସ ଟିମ୍ ଗଠନ କରାଯାଇଛି। ଏଥିରେ ବନ ବିଭାଗର ୬ ଜଣ ଯୁବ କର୍ମଚାରୀ ଓ ଜଣେ ରେଞ୍ଜର ସ୍ତରୀୟ ଟିମ ଲିଡର ରହିଛନ୍ତି। ଫୋନ ଆସିବାର ୧ରୁ ଦେଢ଼ ଘଣ୍ଟା ଭିତରେ ଏହି ଟିମ ଘଟଣାସ୍ଥଳକୁ ପହଞ୍ଚିବ ଏବଂ ବିହିତ ପଦକ୍ଷେପ ନେବ। ଆବଶ୍ୟକ ସମସ୍ତ ଉପକରଣ ବ୍ୟବହାର ଫଳରେ ବନ୍ୟପ୍ରାଣୀଙ୍କୁ ଅଧିକ କ୍ଷତି ବି ପହଞ୍ଚିବ ନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ମାସ ସୁଦ୍ଧା ଟ୍ରେନିଂ ସାରି ଏପ୍ରିଲ ପହିଲାରୁ ଏହି ଟିମ କାମରେ ଲାଗିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରୀରେ ଥିଓରୀ ଓ ପରେ ନନ୍ଦନକାନନରେ ରାପିଡ ରେସପନ୍ସ ଟିମକୁ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଉଛି।

Advertisment
Nandankanan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe