ସାବଧାନ! ଆକ୍ସନ ମୋଡ୍ ରେ ବନ ବିଭାଗ ସୋଶାଲ ମିଡିଆରେ ଛାଡ଼ି ନାହାନ୍ତି ତ ବନ୍ୟଜନ୍ତୁଙ୍କ ଫଟୋକି ଭିଡିଓ? ମହଙ୍ଗା ପଡ଼ିପାରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ।
ଗିରଫ ହୋଇଛନ୍ତି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍। ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି, ସେ ବେଆଇନ ଭାବେ ସାପ ଧରୁଥିଲେ ଏବଂ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଛନ୍ତି ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ।
ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ଜଙ୍ଗଲୀ ଜୀବଜନ୍ତୁ ଆମର ଖେଳଣା ନୁହନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିବା। ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ବନ ବିଭାଗ ଜଏଣ୍ଟ ଟାସ୍କଫୋର୍ସର କ୍ରାଇମ ସେଲ ଏଭଳି ପୋଷ୍ଟ ଉପରେ ନଜର ରଖୁଛି।
ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଅନୁପ ନାୟକଙ୍କ ମତରେ, ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁସାରେ ନିଷିଦ୍ଧ ବନ୍ୟପ୍ରାଣୀଙ୍କୁ ଧରିବା ହିଁ ଅପରାଧ। ଏପରିକି ମୃତ ବନ୍ୟପ୍ରାଣୀ ବି ସରକାରଙ୍କ ସଂପତ୍ତି। ତେଣୁ ତାହାର କୌଣସି ଅଂଶ ବି ରଖିବା ବେଆଇନ। ଫଟୋ ଓ ଭିଡିଓ ଉଠାଇବା ବେଳେ କ୍ୟାମେରା ଓ ମୋବାଇଲର ଫ୍ଲାସ ଲାଇଟ୍ ତଥା କ୍ଲିକ୍ ଶବ୍ଦ ବନ୍ୟପ୍ରାଣୀଙ୍କୁ ବିରକ୍ତ କରିଥାଏ। ଏହା ସେମାନଙ୍କ ପାଇଁ କ୍ଷତିକାରକ। ଲୋକେସନ ସହ ବନ୍ୟପ୍ରାଣୀଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଏହା ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧିରେ ସହାୟକ ହୁଏ। ତାଛଡ଼ା ଏଭଳି ଫଟୋ ଓ ଭିଡିଓ ପୋଷ୍ଟ ଅନ୍ୟମାନଙ୍କୁ ବି ସେଭଳି କରିବାକୁ ପ୍ରେରିତ କରିଥାଏ। ଯାହାକି ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।