Advertisment

ପ୍ଲାଷ୍ଟିକ୍‌ ନୁହେଁ, ଦିଆଯାଉଛି ଫୋର୍ଟିଫାଏଡ୍‌ ଚାଉଳ; ସେଥିରେ ରହିଛି ବହୁ ପୋଷକ ତତ୍ତ୍ୱ

‘ଫୋର୍ଟିଫାଏଡ୍‌ ଚାଉଳ ହେଉଛି ନ୍ୟୁଟ୍ରିୟସ୍‌ ଫୁଡ୍‌। ସେଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଶାଯାଏ। ଆଇରନ୍‌, ଭିଟାମିନ୍‌-୧୨ ପ୍ରମୁଖ ରହିଥାଏ। ବାଲ୍ୟବସ୍ଥାରେ ସେହି ଚାଉଳ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ।’

ଅଦ୍ୟତନ ହୋଇଛି
Koraput

FCI

Advertisment

ହିତାଧିକାରୀ ଓ ବିଦ୍ୟାଳୟରେ ଦିଆଯାଉଥିବା ଚାଉଳ ପ୍ଲାଷ୍ଟିକ ନୁହେଁ। ତାହା ହେଉଛି ଫୋର୍ଟିଫାଏଡ୍‌ ଚାଉଳ। ସେହି ଚାଉଳରେ ଭିଟାମିନ୍‌ ଓ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଛି। ଏନେଇ ସୂଚନା ଦେଇଛନ୍ତି ଏଫ୍‌ସିଆଇ ଜିଏମ୍‌ ବି. ପ୍ରେମ ସିଂହ।

Advertisment

ଶ୍ରୀ ସିଂହ ଆଜି ଜୟପୁର ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଏଫ୍‌ସିଆଇ କାର୍ଯ୍ୟାଳୟ ତଦାରଖ କରିଥିଲେ। ପରେ ଭାରତୀୟ ଖାଦ୍ୟ ନିଗମର ଖାଦ୍ୟ ଭଣ୍ଡାରଠାରେ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ ସମ୍ବନ୍ଧୀୟ କର୍ମଶାଳାରେ ଯୋଗଦେଇଥିଲେ। କର୍ମଶାଳାରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ଫୋର୍ଟିଫାଏଡ୍‌ ଚାଉଳ ସମ୍ପର୍କରେ ବୁଝାଇଥିଲେ।

କର୍ମଶାଳାରେ ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଶ୍ରୀ ଭିନୀତ ପ୍ରକାଶଙ୍କ ସହ ସନ୍ଦୀପ ମହାପାତ୍ର, କୈଳାଶ ଚନ୍ଦ୍ର ଶର୍ମା, ଅମିତ୍ କୁମାର ପରମ ଗୁରୁ, ଆଶିଷ ଭୌମିକ, ପ୍ରୀତିଶ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ସଂରକ୍ଷଣ ପ୍ରଣାଳୀ ବିଷୟରେ ଅବଗତ କରାଇଥିଲେ।

Advertisment

ବି.ପ୍ରେମ ସିଂହ କହିଛନ୍ତି, ଫୋର୍ଟିଫାଏଡ୍‌ ଚାଉଳ ହେଉଛି ନ୍ୟୁଟ୍ରିୟସ୍‌ ଫୁଡ୍‌। ସେଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଶାଯାଏ। ଆଇରନ୍‌, ଭିଟାମିନ୍‌-୧୨ ପ୍ରମୁଖ ରହିଥାଏ। ବାଲ୍ୟବସ୍ଥାରେ ସେହି ଚାଉଳ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ। ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱ ସେହି ଚାଉଳରୁ ମିଳିବ। ଗୋଟିଏ କ୍ୱିଣ୍ଟାଲ୍‌ ଚାଉଳରେ କେଜିଏ ଫୋର୍ଟିଫାଏଡ୍‌ ଚାଉଳ ମିଶା ଯାଉଛି। ହେଲେ ସଚେତନତା ଅଭାବରୁ ଲୋକମାନେ ଏହାକୁ ପ୍ଲାଷ୍ଟିକ୍‌ ଚାଉଳ ବୋଲି କହୁଛନ୍ତି। ତାହା ସମ୍ପୂର୍ଣ୍ଣ ମିଛ କଥା। ଚାଉଳକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ଲୋକଙ୍କୁ ଚାଉଳ ବିଷୟରେ ସଚେତନତା କରାଯାଉଛି। ବିଶେଷକରି ସ୍କୁଲରେ ସଚେତନ କରାଯାଉଛିବୋଲି ଶ୍ରୀ ସିଂହ କହିଛନ୍ତି।

ରିପୋର୍ଟ-ଜୟପୁରରୁ ଟି.ଗୌରୀ ଶଙ୍କର

Koraput FCI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe