four kaudias
କେଦାରନାଥରେ ଫସିଥିବା ୪ଜଣ ଓଡ଼ିଆ ନିଜ ଘରକୁ ଫେରୁଛନ୍ତି। ଆଜି ସକାଳେ ଉତ୍ତରାଖଣ୍ଡ ଋଷିକେଶରୁ ଟ୍ରେନ୍ ଯୋଗେ ଓଡ଼ିଶା ଫେରୁଛନ୍ତି। କେନ୍ଦୁଝର ସଦର ଥାନା ଅଞ୍ଚଳ କେମସଡା ଗାଁର ଋଷିବର ମହାନ୍ତ, ତେଲକୋଇ ଥାନା ଅଞ୍ଚଳର ମହେଶ୍ୱର ପ୍ରଧାନ, କାର୍ତ୍ତିକ ଖିଲାର ଏବଂ ସଦାନନ୍ଦ
ସାହୁ
ଗତ ୩୧ ତାରିଖରେ କେଦାରନାଥ ଯାଇ ସେଠୁ ଫେରିବା ବେଳେ ଫସି ଯାଇଥିଲେ ଏହି ୪ ଜଣ। ଭୂସ୍ଖଳନ ପରେ ରାସ୍ତା ବନ୍ଦ ହେବା ଯୋଗୁ ଶତାଧିକ ଲୋକ ଆଉ ପାହାଡ଼ ତଳକୁ ଓହ୍ଲାଇ ପାରିନଥିଲେ। ଘଟଣା ଜଣାପଡ଼ିବା ପରେ ଉତ୍ତରାଖଣ୍ଡ ପ୍ରଶାସନପକ୍ଷରୁ ରେସ୍କ୍ୟୁ ଆରମ୍ଭ କରାଯାଇଥିଲା।
ଉତ୍ତରକାଶୀ ଯାଏ ହେଲିକପ୍ଟରରେ ଅଣାଯିବା ପରେ ସେଠୁ ତାଙ୍କୁ ସୁରକ୍ଷିତ ଭାବେ ଋଷିକେଶ ଅଣାଯାଇଛି। ୪ ଓଡ଼ିଆ ସୁରକ୍ଷିତ ଫେରିବା ଖବର ଆସିବା ପରେ ସେମାନଙ୍କ ପରିବାରଲୋକେ ଏବେ ଆଶ୍ୱସ୍ତି ଅନୁଭବ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1722833669.jpg)