Advertisment

ଲକ୍ଷାଧିକ ଟଙ୍କାରେ ନିର୍ମିତ କ୍ୟାବିନ ଖତ ଖାଉଛି, କେହି ନେଉନାହାନ୍ତି

୨୦୨୧ ମସିହାରେ କେନ୍ଦ୍ରାପଡ଼ା ପୌର ସଂସ୍ଥା ପକ୍ଷରୁ କ୍ୟାବିନ ବଣ୍ଟନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯାଇ ଗୋଟିଏ କ୍ୟାବିନକୁ ୨୦ ହଜାର ଟଙ୍କାରେ ନେବା ଲାଗି ସ୍ଥିର ହୋଇଥିଲା।

author-image
Manoranjan Sial
Kendrapara

Kendrapara

ଖତ ଖାଉଛି କ୍ୟାବିନ। ଝୁଲୁଛି ତାଲା। ଏ ହେଉଛି କେନ୍ଦ୍ରାପଡ଼ା ସହର ତିନି ମୁହାଣୀ ପ୍ରବେଶ ଦ୍ୱାରରେ ଥିବା ଭେଣ୍ଡିଂ ଜୋନର ଅବସ୍ଥା। ୨୦୧୭ ମସିହାରେ ସହରରେ ଉଠାଦୋକାନୀ ଓ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ଏହାର ଶୁଭ ଦିଆଯାଇଥିଲା। ୨୦୨୧ ମସିହାରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ୪୮ କ୍ୟାବିନ ନିର୍ମାଣ କରି ଠିକାଦାର ପୌର ପ୍ରଶାସନକୁ ହସ୍ତାନ୍ତର କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ କ୍ୟାବିନ ହସ୍ତାନ୍ତର କରାଯାଇନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ କ୍ୟାବିନ୍‌ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି।

Advertisment

୨୦୨୧ ମସିହାରେ କେନ୍ଦ୍ରାପଡ଼ା ପୌର ସଂସ୍ଥା ପକ୍ଷରୁ କ୍ୟାବିନ ବଣ୍ଟନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯାଇ ଗୋଟିଏ କ୍ୟାବିନକୁ ୨୦ ହଜାର ଟଙ୍କାରେ ନେବା ଲାଗି ସ୍ଥିର ହୋଇଥିଲା। ତେବେ ମାତ୍ର ୧୪ ଜଣ ସିକ୍ୟୁରିଟି ଅର୍ଥ ଜମା କରିଥିବା ବେଳେ ଏବେ ବି ୩୪ କ୍ୟାବିନରେ ତାଲା ଝୁଲୁଛି। ଅନେକ କ୍ୟାବିନ ବ୍ୟବହାର ଉପଯୋଗୀ ନଥିବାରୁ ତାକୁ କେହି ନେବାକୁ ରାଜି ହେଉନାହାଁନ୍ତି। ସେପଟେ ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି, ପୌର ପ୍ରଶାସନ ଶୀଘ୍ର କାଉନ୍‌ସିଲ ବୈଠକ ଡକାଇ ଏ ନେଇ ଆଲୋଚନା କରିବ।

ଲକ୍ଷାଧିକ ଟଙ୍କା ବ୍ୟୟରେ ଉଠାକୋଦାନୀଙ୍କ ଲାଗି ଭେଣ୍ଡିଂ ଜୋନ ନିର୍ମାଣ ହେଲା। ହେଲେ ବ୍ୟବସାୟୀଙ୍କ କାମରେ ଆସୁନି କ୍ୟବିନ୍। ଶୀଘ୍ର ଏହାର ମରାମତି କରି ବଣ୍ଟନ କଲେ କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହୋଇପାରିବେ ବୋଲି ମନପ୍ରକାଶ ପାଇଛି। ରିପୋର୍ଟ- କେନ୍ଦ୍ରପଡ଼ାରୁ ମନୋଜ ସ୍ୱାଇଁ

Advertisment
Kendrapara