Advertisment

ରାତି ୮ଟା ପରେ ହୋଟେଲ୍‌, ଢାବା, ଚା’ ଦୋକାନ ବନ୍ଦ

ଗଞ୍ଜାମ ପୁଲିସ୍‌ ଜିଲ୍ଲାରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା।

ଅଦ୍ୟତନ ହୋଇଛି
Police

Police

Advertisment

ରାଜନୈତିକ ହିଂସାକାଣ୍ଡ ଯେପରି ନଘଟିବ, ସେଥିପ୍ରତି ନଜର ରଖି ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ପୁଲିସ୍‌। ସୋମବାରଠାରୁ ଜୁନ ୪ ଯାଏଁ ରାତି ସାଢେ ୮ଟା ପରେ ଖୋଲିବନି ହୋଟେଲ, ଢାବା ଓ ଚା’ ଦୋକାନ। ଗଞ୍ଜାମ ପୁଲିସ୍‌ ଜିଲ୍ଲାରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା। ଛତ୍ରପୁର ସ୍ଥିତ ପୁଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ପ୍ରାୟ ୧୦୦ ଜଣ ଅପରାଧୀଙ୍କୁ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହତ୍ୟାଠାରୁ ଆରମ୍ଭ କରି ଆର୍ମସ୍‌ ଆକ୍ଟରେ ସମ୍ପୃକ୍ତ ରହିଥିବା ଅପରାଧୀ, ବହୁ ପୁରାତନ ମାମଲାରେ ରହିଥିବା ୱାରେଣ୍ଟରେ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଛି।

ଗଞ୍ଜାମ ପୁଲିସ ଜିଲ୍ଲାରେ ଥିବା ଖଲ୍ଲିକୋଟ, ଛତ୍ରପୁର,ରମ୍ଭା, କୋଦଳା, ପୁରୁଷୋତ୍ତମପୁର,ଆସିକା, କବିସୂର୍ଯ୍ୟନଗର, ଚମାଖଣ୍ଡି, ଭଞ୍ଜନଗର ପ୍ରମୁଖ ଥାନା ଅଞ୍ଚଳରେ ଥିବା ହୋଟେଲ୍‌, ଢାବା ଓ ଚାହା ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ ହେବ। ଏନେଇ ଘୋଷଣାକରାଯାଇଛି ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା କହିଛନ୍ତି।

Advertisment

ରିପୋର୍ଟ- ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe