/odisha-reporter/media/post_attachments/uploadimage/library/16_9/16_9_0/Sea_Beach_1706588430.jpg)
Sea Beach
ପୁରୀ ପରେ ଗଂଜାମ ଜିଲ୍ଲାର ସୁନାପୁର ବିଚକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚର ମାନ୍ୟତା । ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Advertisment
ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁପ୍ଲାଗ ବିଚର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ବିଚକୁ ବ୍ଲୁ ଫ୍ଲାଗ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ମିଳିଥିଲା। ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ମାନ୍ୟତା ମିଳିଥିଲା। ଡେନମାର୍କର ସଂସ୍ଥା ଫାଉଣ୍ଡେସନ ଫର୍ ଏନଭାଇରନମେଣ୍ଟାଲ ଏଜୁକେସନ- FEE ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
