ଗଞ୍ଜାମର ସୁନାପୁର ବିଚ୍‌କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା

ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ସୁନାପୁର ବିଚ୍

  • Published: Tuesday, 30 January 2024
  • , Updated: 30 January 2024, 10:23 AM IST

ପୁରୀ ପରେ ଗଂଜାମ ଜିଲ୍ଲାର ସୁନାପୁର ବିଚକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚର ମାନ୍ୟତା । ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁପ୍ଲାଗ ବିଚର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ବିଚକୁ ବ୍ଲୁ ଫ୍ଲାଗ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ମିଳିଥିଲା। ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ମାନ୍ୟତା ମିଳିଥିଲା। ଡେନମାର୍କର ସଂସ୍ଥା ଫାଉଣ୍ଡେସନ ଫର୍ ଏନଭାଇରନମେଣ୍ଟାଲ ଏଜୁକେସନ- FEE ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିଲା।  

Related story