Advertisment

ଝିଅ ବାହାଘର ଋଣ ସୁଝି ପାରିଲେନି, ମରିସସ୍‌ରେ ଚାଲିଗଲା ବାପାଙ୍କ ଜୀବନ

ଦେଢ଼ ବର୍ଷ ତଳେ ଝିଅ ବାହାଘର କରିଥିଲେ। ସେଥିପାଇଁ ବହୁ ଧାର ଉଧାର କରିଥିଲେ। ଋଣ ଟଙ୍କା ସୁଝିବା ପାଇଁ ସେ ମରିସସ୍‌ ଯାଇଥିଲେ। ସେଠାରେ ସେ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।

Ganjam

Ganjam

Advertisment

ଝିଅ ବାହାଘର ପାଇଁ ଧାର ଉଧାର କରିଥିଲେ। ସେହି ଋଣ ଟଙ୍କା ସୁଝିବା ପାଇଁ ମରିସସ୍‌ ଯାଇଥିଲେ। ଭାବିଥିଲେ ଟଙ୍କା ଆଣିଲେ ଋଣ ସୁଝିବେ ଓ ଭଉଣୀର ଚିକିତ୍ସା କରିବେ। ହେଲେ ଅଧାରେ ରହିଗଲା ସୁକୁଟା ଜେନାଙ୍କ ସ୍ୱପ୍ନ। ସୁଦୂର ମରିସସ୍‌ରେ ଚାଲିଗଲା ଜୀବନ। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଆଜି ଏପରି ଦୁଃଖଦ ଖବର ଆସିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ।

Advertisment

ଖଲ୍ଲିକୋଟ ବ୍ଲକ୍‌ ଭିକାପଡା ଗାଁର ସୁକୁଟା ଜେନା। ଦେଢ଼ ବର୍ଷ ତଳେ ଝିଅ ବାହାଘର କରିଥିଲେ। ସେଥିପାଇଁ ବହୁ ଧାର ଉଧାର କରିଥିଲେ। ଋଣ ଟଙ୍କା ସୁଝିବା ପାଇଁ ସେ ମରିସସ୍‌ ଯାଇଥିଲେ। ସେଠାରେ ସେ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଦୁଇ ମାସ ତଳେ କାମ କରୁଥିବା ବେଳେ ସୁକୁଟା ହଠାତ୍‌ ଅସୁସ୍ଥ ହୋଇପଡିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୦ ଦିନ ଧରି ମେଡ଼ିକାଲ୍‌ରେ ବେଡ୍‌ରେ ଜୀବନ ସହ ସଂଘର୍ଷ କରିଥିଲେ। ହେଲେ ମଙ୍ଗଳବାର ଆଖି ବୁଜିଥିଲେ ସୁକୁଟା। କମ୍ପାନୀ କର୍ତ୍ତୃପକ୍ଷ ଆବଶ୍ୟକ ଚିକିତ୍ସା ପାଇଁ କୌଣସି ସହାୟତା କରିନଥିବାରୁ ସୁକୁଟାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆଜି ପରିବାର ଲୋକ ଖବର ପାଇଥିଲେ। ଘରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଛି ପୂରା ପରିବାର। ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ସୁକୁଟାଙ୍କ ପରିବାର ଅସହାୟ ହୋଇପଡିଥିବା ବେଳେ ତୁରନ୍ତ ଭିଟାମାଟିକୁ ମୃତଦେହ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛି ସମ୍ପର୍କୀୟ।

Advertisment

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe