Advertisment

ରସୁଣ କେଜି ୪୦୦ ଟଙ୍କା

ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା।

author-image
Biswajit Samal
Garlic

Garlic

ଏବେ ଗ୍ରାହକଙ୍କୁ କନ୍ଦାଉଛି ରସୁଣ। ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା।

Advertisment

ଗତ କିଛିଦିନ ଭିତରେ ରସୁଣ ଦର ଆକାଶ ଛୁଆଁ ହେଲାଣି। ଖୁଚୁରା ବଜାରରେ ରସୁଣ ଦର ଏବେ ୪ ଶହରୁ ଅଧିକ ଟଙ୍କାରେ ବିକ୍ରୀ ହେଉଛି। ଆଉ ଆକାଶ ଛୁଆଁ ଦର ଦେଖି ଛାନିଆ ହେଲଣି ଗ୍ରାହକ। କଟକ ଛତ୍ର ବଜାରରେ ରସୁଣର ହୋଲସେଲ ଦର ୩୫୦ ରୁ ୩୭୦ ଟଙ୍କା ଥିବାବେଳେ ଖୁଚୁରା ଦୋକାନରେ ଏବେ ୪୦୦ ରୁ ଅଧିକ ଟଙ୍କାରେ ବିକ୍ରୀ ହେଉଛି ରସୁଣ।

ସାଧାରଣତଃ କଟକ ବଜାରକୁ ଇନ୍ଦର ଓ ଉତ୍ତରପ୍ରଦେଶ ରୁ ରସୁଣ ଆସିଥାଏ। ହେଲା ସେଠାରେ ଏବେ ରସୁଣ ଉତ୍ପାଦନ କମ ଥିବାରୁ ଦର ବୃଦ୍ଧି ପାଉଛି ବୋଲି କହିଛନ୍ତି ବ୍ୟବସାୟୀ। ଯଦିଓ ଏବେ ବଜାରକୁ ନୂଆ ରସୁଣ ଆସିଲାଣି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ। ତେବେ ଦର ନିୟନ୍ତ୍ରଣକୁ ଆସିବା ପାଇଁ ଆହୁରି ୧୦ ରୁ ୧୫ ଦିନ ଲାଗିପାରେ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘର ସମ୍ପାଦକ। 

Advertisment
Garlic