Advertisment

ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼

ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।

author-image
Niharika Rout
ଅଦ୍ୟତନ ହୋଇଛି
Fish Market

Fish Market

ଜମୁଛି ଛାଡ଼ଖାଇ ବଜାର। କାର୍ତ୍ତିକ ପୂର୍ଣ୍ଣିମା ପରେ ଗତକାଲି ସଂକ୍ରାନ୍ତି ଯୋଗୁଁ ଫିକା ପଡ଼ିଥିଲା ଆମିଷ ବଜାର। ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।

Advertisment

ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି।

ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଛି । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ବାରିପଦା ଦେଶୀ ଚିକେନ କେଜିକୁ ୫୫୦ ଟଙ୍କା ଥିବାବେଳେ ବ୍ରୟଲର ୨୪୦, ମଟନ ୮୦୦, ଖଇଙ୍ଗା ମାଛ ୫୦୦, କଳା ପାମ୍ପ୍ଲେଟ ୪୫୦, ରୂପ ଚାନ୍ଦି ୨୫୦, ପାମ୍ପ୍ଲେଟ ୧ ହଜାର, ବଡ଼ ଚିଙ୍ଗୁଡ଼ି ୫୫୦ ରହିଛି ।

Advertisment

ସେହିପରି ବଡ଼ କଣ୍ଟାଲ ଚିଙ୍ଗୁଡ଼ି ୬୦୦ ଟଙ୍କା , ବଡ଼ କଙ୍କଡା ୩ ହଜାର ଟଙ୍କା, ଚିଲିକା ଗ୍ରୀନ କଙ୍କଡା ୨୨ଶହ, ରେଡ଼ କଙ୍କଡା ୮୫୦, ଭେକଟି ୫୫୦, ଟାଇଗର ବାଗଦା ଚିଙ୍ଗୁଡ଼ି ୧ ହଜାର, ନଈ ଚିଙ୍ଗୁଡ଼ି ୫୦୦ ଟଙ୍କା ରହିଛି । ଭାକୁର କେଜି ୨୦୦ ଟଙ୍କା, ରୋହି ୧୮୦, ଝୁଡୁଙ୍ଗ ମାଛ ୨୬୦, ସୁରୁଙ୍ଗି ୪୦୦ ଓ ମହୁରାଲି ୩୨୦ ଟଙ୍କା ରହିଛି ।

Chhadkhai Crab