Advertisment

ଓଡ଼ିଶାର ୮ ଉତ୍ପାଦକୁ ଜିଆଇ ଟ୍ୟାଗ୍

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍। ଏନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ସୂଚନା ଦେଇଛି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ।

author-image
Biswajit Samal
ଅଦ୍ୟତନ ହୋଇଛି
State khurda 8 famous foods

State khurda 8 famous foods

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍। ଏନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ସୂଚନା ଦେଇଛି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ।

Advertisment

ବିବିଧତାରେ ପରିପୂର୍ଣ୍ଣ ଆମ ଭାରତ। ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ୱବିଖ୍ୟାତ। ଏଥିସହ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟରେ, ମନୁଷ୍ୟକୃତ କିମ୍ବା ପ୍ରାକୃତିକ, ରହିଛି ଅନେକ ସ୍ୱତନ୍ତ୍ରତା ଏବଂ ବିଶେଷତା ଅର୍ଥାତ୍ ଗୋଟିଏ ସ୍ଥାନରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଅନ୍ୟ ସ୍ଥାନରେ ମିଳେନି ବା ତାହା ବିରଳ କିମ୍ବା ଦୁର୍ଲଭ ପାଲଟିଯାଏ।

ତେବେ ଏସବୁ ଅନନ୍ୟ ସାମଗ୍ରୀ ପାଇଁ ସେହି ଅଞ୍ଚଳ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଅନେକ ସାମଗ୍ରୀକୁ ସରକାରଙ୍କ ପକ୍ଷରୁ ଜିଆଇ ମାନ୍ୟତା ମିଳିଛି। 

Advertisment

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ ମିଳିଛି ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ମାନ୍ୟତା ବା ଜିଆଇ ଟ୍ୟାଗ୍। ସେହିପରି କେନ୍ଦ୍ରାପଡ଼ାର ରସାବଳି, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍ ଓ କୋରାପୁଟ କଳାଜିରା ଧାନ ଏବଂ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। 

Orissa Food Farmer