ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅଙ୍କ ନିବେଦନ। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍ ପିରିଅଡ୍ ଲିଭ୍’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି।
Also Read
ମିଳିତ ଜାତିସଂଘର ସିଭିଲ୍ ସୋସାଇଟି ସମ୍ମିଳନୀରେ ‘ପେଡ୍ ପିରିୟଡ୍ ଲିଭ୍’ ଲାଗୁ କରିବା ପାଇଁ ଭଦ୍ରକ ଜିଲ୍ଲାର ଝିଅ ରଞ୍ଜିତା ନିବେଦନ କରିଛନ୍ତି। ବିଶ୍ୱବ୍ୟାପୀ କୋଟି କୋଟି ମହିଳା ନିଜ କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ପାଉଥିବା ଶାରୀରିକ ପୀଡ଼ା ଆଉ ଏନେଇ ମହିଳାଙ୍କ ସ୍ୱରକୁ ଶାଣିତ କରିଛନ୍ତି ରଞ୍ଜିତା। ନିରନ୍ତର ଓକିଲାତି ଏବଂ ସହଯୋଗ ମାଧ୍ୟମରେ ଫୁଲରାଣି ଫାଉଣ୍ଡେସନ ଓ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ପେଡ୍ ପିରିୟଡ୍ ଲିଭ୍ ବିଷୟକୁ ବିଶ୍ୱସ୍ତରୀୟ ବାର୍ତ୍ତାଳାପର ଅଗ୍ରଭାଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ, ଯାହାର ମୂଲ୍ୟ ୧୯ ହଜାର କୋଟି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Miscellaneous
ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ, ଚିକିତ୍ସା ପାଇଁ ଯିବେ ମୁମ୍ବାଇ
୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

Miscellaneous
ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର
୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।

Miscellaneous
୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, କରିବେ ବିଶାଳ ରୋଡ୍ ଶୋ
ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।

Miscellaneous
ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।