Advertisment

ପ୍ରେମିକଙ୍କ ବେଦୀ ପାଖରେ ଧାରଣାରେ ବସିଛନ୍ତି ପ୍ରେମିକା

୨୦୨୧ ମସିହାରେ ପୀଡ଼ିତା ଏନେଇ ପୁରୀ ସି’ ବିଚ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Puri

Puri

Advertisment

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ। ପରବର୍ତ୍ତୀ ସମୟରେ ପ୍ରେମିକାଙ୍କୁ ପ୍ରତାରଣା କରି ଆଉ କାହାକୁ ବାହା ହେବା ପାଇଁ ଯାଉଥିଲେ ପ୍ରେମିକ। ଏ ସମ୍ପର୍କରେ ଜାଣିପାରି ପ୍ରମିକଙ୍କ ବେଦୀ ପାଖରେ ଧାରଣାରେ ବସିଛନ୍ତି ପ୍ରେମିକା। ଏପରି ଖବର ଆସିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରୁ।

Advertisment

ବଳଙ୍ଗା ଥାନା ତୋଟା ସାହିର ରମେଶ ମଲ୍ଲିକ ପୁରୀ ସି’ ବୁଚ୍‌ ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ପଦ୍ମା ମଧ୍ୟ ରମେଶଙ୍କୁ ପ୍ରେମ କରୁଥିଲେ। ଧୀରେ ଧୀରେ ପ୍ରେମ ସମ୍ପର୍କ ନୀବିଡ଼ ହୋଇଥିଲା। ଆଉ ଏହାର ସୁଯୋଗ ନେଇ ରମେଶ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ହେଲେ ହଠାତ୍‌ ପ୍ରେମ ସମ୍ପର୍କରେ ଉଠିଥିଲା ଝଡ଼। ଯେଉଁଥିପାଇଁ ପଦ୍ମାଙ୍କୁ ପ୍ରତାରଣା କରିଥିଲେ ରମେଶ। ଉଭୟଙ୍କ ପାଟିତୁଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ, କଥା ଯାଇ ପହଞ୍ଚିଥିଲା ଥାନାରେ।

୨୦୨୧ ମସିହାରେ ପୀଡ଼ିତା ଏନେଇ ପୁରୀ ସି’ ବିଚ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଆପୋଷ ମିଳାମିଶାରେ ମାମଲା ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିବାହ ପାଇଁ ପ୍ରତିଶ୍ରୁତି ଦେବା ପରେ ରମେଶ ବେଲ୍‌ରେ ଆସିଥିଲେ। ବେଲ୍‌ରେ ଆସିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ହେଲେ ରମେଶର ଚାଲ ବୁଝି ପାରିନଥିଲେ ପଦ୍ମା।

Advertisment

ଅଭିଯୋଗ ଅନୁସାରେ ଗତ କିଛି ଦିନ ହେବ ରମେଶ ଧରାଛୁଆଁ ଦେଉନଥିଲେ। ଲୋଚାଛପାରେ ବାହା ହେବା ପାଇଁ ସ୍ଥିର କରିଥିଲେ। ଗୁରୁବାର ଥିଲା ମଙ୍ଗନ। ଏ ସମ୍ପର୍କରେ ଖବର ପାଇଁ ରମେଶଙ୍କ ଘରେ ପହଞ୍ଚିଥିଲେ ପଦ୍ମା। ଆଉ ବାହାଘର ପାଇଁ ବନ୍ଧା ହୋଇଥିବା ବେଦୀରେ ଧାରଣା ଦେଇଥିଲେ ପଦ୍ମା। ଆଜି ପର୍ଯ୍ୟନ୍ତ ସେ ଧାରଣାରେ ବସିଛନ୍ତି। ହେଲେ ରମେଶଙ୍କ ପତ୍ତା ମିଳୁନି। ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଆଜି ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe