Advertisment

‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’

ଆଜି ବକୁଳ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Tree

Tree

ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ଏହାର ନିରାକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଇ ସାରା ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛନ୍ତି। ଏହି କ୍ରମରେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ତ୍ତ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକରେ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି।

Advertisment

ଆଜି ବକୁଳ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି। ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ପୁରୁଣା ଗଛକୁ କିପରି ଅନ୍ୟତ୍ର ସ୍ଥାନାନ୍ତରିତ କରିହେବ ସେଥିପାଇଁ ସରକାର ଚିନ୍ତା କରୁଛନ୍ତି। ତେଣୁ ନୂଆବର୍ଷରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ପ୍ରଦାନ କଲେ ଏହା ପରିବେଶର ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଅନୁରୂପ ଭାବେ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଅନୁରୋଧ କରିଛନ୍ତି।

Advertisment
Bhubaneswar New Years Eve