Advertisment

ମୌଳିକ ସୁବିଧା ଦିଅ, ନହେଲେ ଦିଅ ଇଚ୍ଛା ମୃତ୍ୟୁ

ମୌଳିକ ସୁବିଧା ଦିଅ, ନହେଲେ ଦିଅ ଇଚ୍ଛା ମୃତ୍ୟୁ। ଏଭଳି ଦାବି ନେଇ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ପଦ ଯାତ୍ରା କରିଛନ୍ତି ଗରକପୁର ପଞ୍ଚାୟତ କାହ୍ନୁଗୁଡ଼ା ଗ୍ରାମବାସୀ।

ଅଦ୍ୟତନ ହୋଇଛି
Villagers' Protest

Villagers' Protest

Advertisment

ମୌଳିକ ସୁବିଧା ଦିଅ, ନହେଲେ ଇଚ୍ଛା ମୃତ୍ୟୁ ଦିଅ। ଏଭଳି ଦାବି ନେଇ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ପଦ ଯାତ୍ରା କରିଛନ୍ତି ଗରକପୁର ପଞ୍ଚାୟତ କାହୁଗୁଡ଼ା ଗ୍ରାମବାସୀ।

Advertisment

ଗାଁରେ ମୌଳିକ ସୁବିଧା ଦେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଆଜି ୨୨ କିଲୋମିଟର ଦୂର କାଶୀପୁର ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମୌଳିକ ସୁବିଧା ଦିଅ ନଚେତ୍ ସାମୁହିକ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଆମ ଆବେଦନ ପଠାଇ ଦିଅ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଏହାସହ ଆସନ୍ତା ଜାନୁୟାରୀ ୨୬ ଠାରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ପାଇଁ ମଧ୍ୟ ଅନୁମତି ଲୋଡ଼ିଛନ୍ତି। ଏହି ପଦଯାତ୍ରାରେ ଗାଁର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ।

Advertisment

ରିପୋର୍ଟ – ରାୟଗଡ଼ାରୁ ମାଉଡ଼ି ବାରିକ୍

Villages
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe