Advertisment

ବାହାର୍ଦ୍ଦାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ହାଇଜିନିକ ମାଛ ମାର୍କେଟ୍‌

୬୦ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱ ବାହାର୍ଦ୍ଦାଠାରେ ୭୮ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଡ଼ିଏ ଏକର ପରିମିତ ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ହାଇଜିନିକ ମାଛ ବଜାର ଓ ମାଛ ପ୍ରୋସେସିଂ ୟୁନିଟ।

Fish

Fish

Advertisment

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦାଠାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ହାଇଜିନିକ ମାଛ ମାର୍କେଟ ଓ ମାଛ ପ୍ରୋସେସିଂ ୟୁନିଟ୍‌। ଆସନ୍ତା ୩୦ ତାରିଖରେ ଏହି ବୃହତ ପ୍ରକଳ୍ପକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତା’ପୂର୍ବରୁ ଆଜି ଅପରାହ୍ନରେ ବାହାର୍ଦ୍ଦା କୃଷି ଫାର୍ମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା।

Advertisment

ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାଟି ବଙ୍ଗୋପସାଗର ଉପକୂଳରେ ରହିଛି। ଏଥିସହ ଅନେକ ନଦୀ ଓ ହ୍ରଦ ମଧ୍ୟ ରହିଛି। ଏଠାକାର ମତ୍ସ୍ୟଜୀବୀମାନେ ଧରୁଥିବା ମାଛର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ଓ ମଣ୍ଡି ଅଭାବ ରହିଛି। ତେଣୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘା ମାଛ ମାର୍କେଟ ଉପରେ ମତ୍ସ୍ୟଜୀବୀଙ୍କୁ ନିର୍ଭର କରିବାକୁ ପଡ଼ୁଛି।

ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଏହି ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ। ସେଥିପାଇଁ ୬୦ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱ ବାହାର୍ଦ୍ଦାଠାରେ ୭୮ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଡ଼ିଏ ଏକର ପରିମିତ ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ହାଇଜିନିକ ମାଛ ବଜାର ଓ ମାଛ ପ୍ରୋସେସିଂ ୟୁନିଟ। ଆସନ୍ତା ୩୦ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe