Gold
ଓଡ଼ିଶାରେ ୨ଟି ସୁନାଖଣି ଠାବ ହୋଇଛି । ଗୋଟିଏ ଖଣି ଦେବଗଡ଼ ଓ ଆଉ ଗୋଟିଏ କେନ୍ଦୁଝର ଜିଲ୍ଲାରେ ସନ୍ଧାନ ମିଳିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଦେବଗଡ଼ ଜିଳ୍ଲାର ଆଡାସ-ରାମପଲ୍ଲୀ ଅଂଚଳରେ ଭାରତୀୟ ଭୂବୈଜ୍ଞାନକ ସଂସ୍ଥା(ଜିଏସଆଇ) ଦ୍ୱାରା ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଂଚଳରେ ଜି-୩ସ୍ତରରେ ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁ ସେ ଅଂଚଳରେ ଜିଏସଆଇ ଓ ରାଜ୍ୟ ଖଣି-ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।
ଅନୁସନ୍ଧାନକାରୀ ସଂସ୍ଥମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିଶକ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gold_1733416129.jpg)