Advertisment

ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର

ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା ମିଳିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
LokaSeva Bhaban

Lokaseva Bhavan

ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ସାମୟିକ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ପୂର୍ବରୁ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ (Cessation of Service) ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା ବେଳେ ଆଜି ଏହାକୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା (Cessation Benefit) ମିଳିବ। ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ, କିନ୍ତୁ ୫ ବର୍ଷ ପୂରଣ କରି ନଥିବେ, ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଏକକାଳୀନ ରାଶି ମିଳିବ।

ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ, କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି ୨.୫ ଲକ୍ଷ ଟଙ୍କା ପାଇବେ।

Advertisment

ଏହା ସହିତ ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡିବ ନାହିଁ। ବିଭାଗ ମାନେ ନିଜେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ।