Similipal Tiger Reserve
ବନ୍ୟ ଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଦ୍ଵନ୍ଦରେ ବୁଲୁଥିବାର ଭିଡିଓ ସେୟାର କରିଛି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଭୟାରଣ୍ୟ କର୍ତ୍ତୃପକ୍ଷ ନିଜ ସୋଶାଲ ମିଡ଼ିଆ ‘ଏକ୍ସ’ରେ ଏହି ଭିଡିଓକୁ ସେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି, ମହାବଳ ବାଘଟି ଘଞ୍ଚ ଜଙ୍ଗଲ ଭିତରେ ନିର୍ଦ୍ଵନ୍ଦରେ ବୁଲୁଛି। ମଝିରେ ମଝିରେ ବାଘଟି ହାଇ ମାରୁଛି। ବେଳେ ବେଳେ ସେ ନିଜ ଦେହକ ଚାଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ରେଞ୍ଜ ଅଫିସର ଶିଶିର ବେହେରା ସୁଟିଂ କରିଥିବା କୁହାଯାଉଛି। ସେହି ବାଘଟି ମାଈ ବାଘ। ତାହାର ନାଁ ଟି୧୮ ରଖାଯାଇଛି।
କୁହାଯାଉଛି ଏକ ମାଈ ବାଘ ଦୁଇ ବର୍ଷ ତଳେ ୪ଟି ଛୁଆ ଜନ୍ମ ଦେଇଥିଲା। ଇଏ ସେହି ୪ ଛୁଆଙ୍କ ମଧ୍ୟରୁ ଜଣେ ବୋଲି ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେଲାଣି ପ୍ରବେଶ ନିଷେଧ କରାଯାଇଛି। ଶିକାର ରୋକିବା ପାଇଁ କୁମ୍ବିଂକୁ ଜୋରଦାର କରାଯାଇଛି।
ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ ପାଣି
Range Officer, Sishir Behera, had a pleasant sighting of T17 while Patrolling in Similipal Tiger Reserve. T17, tigress had littered 4 cubs and successfully raised them.@moefcc@ntca_india@pccfodisha@PCCFWL_Odisha@ForestDeptt@rameshpandeyifs@SPYadavIFSpic.twitter.com/R9JNYjFPey
— Similipal Tiger Reserve, Odisha (@Similipal_South) October 8, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
