Advertisment

ଶିମିଳିପାଳରୁ ଆସିଲା ଭଲ ଖବର; ଦେଖନ୍ତୁ ଭିଡିଓ

ଭିଡିଓରେ ଦେଖିବାକୁ ମିଳିଛି, ମହାବଳ ବାଘଟି ଘଞ୍ଚ ଜଙ୍ଗଲ ଭିତରେ ନିର୍ଦ୍ଵନ୍ଦରେ ବୁଲୁଛି। ମଝିରେ ମଝିରେ ବାଘଟି ହାଇ ମାରୁଛି। ବେଳେ ବେଳେ ସେ ନିଜ ଦେହକ ଚାଟୁଥିବା ଦେଖିବାକୁ ମିଳିଛି।

undefined

Similipal Tiger Reserve

Advertisment

ବନ୍ୟ ଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଦ୍ଵନ୍ଦରେ ବୁଲୁଥିବାର ଭିଡିଓ ସେୟାର କରିଛି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଭୟାରଣ୍ୟ କର୍ତ୍ତୃପକ୍ଷ ନିଜ ସୋଶାଲ ମିଡ଼ିଆ ‘ଏକ୍ସ’ରେ ଏହି ଭିଡିଓକୁ ସେୟାର କରିଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ମହାବଳ ବାଘଟି ଘଞ୍ଚ ଜଙ୍ଗଲ ଭିତରେ ନିର୍ଦ୍ଵନ୍ଦରେ ବୁଲୁଛି। ମଝିରେ ମଝିରେ ବାଘଟି ହାଇ ମାରୁଛି। ବେଳେ ବେଳେ ସେ ନିଜ ଦେହକ ଚାଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ରେଞ୍ଜ ଅଫିସର ଶିଶିର ବେହେରା ସୁଟିଂ କରିଥିବା କୁହାଯାଉଛି। ସେହି ବାଘଟି ମାଈ ବାଘ। ତାହାର ନାଁ ଟି୧୮ ରଖାଯାଇଛି।

କୁହାଯାଉଛି ଏକ ମାଈ ବାଘ ଦୁଇ ବର୍ଷ ତଳେ ୪ଟି ଛୁଆ ଜନ୍ମ ଦେଇଥିଲା। ଇଏ ସେହି ୪ ଛୁଆଙ୍କ ମଧ୍ୟରୁ ଜଣେ ବୋଲି ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେଲାଣି ପ୍ରବେଶ ନିଷେଧ କରାଯାଇଛି। ଶିକାର ରୋକିବା ପାଇଁ କୁମ୍ବିଂକୁ ଜୋରଦାର କରାଯାଇଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକ୍‌ ଲାଲ ପାଣି

Forest Similipal Tiger Reserve Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe