Advertisment

ବଗି ଛାଡ଼ି ପଳାଇଗଲା ଇଞ୍ଜିନ

ସମ୍ବଲପୁରରୁ ଟିଟିଲାଗଡ଼କୁ ଯାଉଥିଲା କୋଇଲା ବୋଝେଇ ମାଳବାହୀ ଟ୍ରେନ। ଟିଟିଲାଗଡ଼ ରେଲୱେ ଷ୍ଟେସନଠାରୁ ୪ କିଲୋମିଟର ପୂର୍ବରୁ ୮ଟି ବଗି ଛାଡ଼ି ପଳାଇଗଲା ଟ୍ରେନ୍‌।

author-image
Manoranjan Sial
Train

Train

ଟ୍ରେନ୍‌ ପିଛା ଛାଡ଼ୁନି ବିବାଦ। ପୁଣି ଥରେ ବଗି ଛାଡି ପଳାଇଗଲା ଇଂଜିନ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଲୱେ ଷ୍ଟେସନ ନିକଟରେ।

Advertisment

ସମ୍ବଲପୁରରୁ ଟିଟିଲାଗଡ଼କୁ ଯାଉଥିଲା କୋଇଲା ବୋଝେଇ ମାଳବାହୀ ଟ୍ରେନ। ଟିଟିଲାଗଡ଼ ରେଲୱେ ଷ୍ଟେସନଠାରୁ ୪ କିଲୋମିଟର ପୂର୍ବରୁ ୮ଟି ବଗି ଛାଡ଼ି ପଳାଇଗଲା ଟ୍ରେନ୍‌। ଖଜୁରପଡା ରେଲୱେ ଫାଟକ ନିକଟରେ ଘଟିଛି ଏଭଳି ଘଟଣା। ପ୍ରାୟ ଏକ କିଲୋମିଟର ଆଗକୁ ଚାଲି ଯାଇଥିଲା ଟ୍ରେନ୍‌। ଗାର୍ଡ ଏନେଇ ଟ୍ରେନ୍‌ ଲୋକୋ ପାଇଲଟ୍‌ଙ୍କୁ ଜଣାଇଥିଲେ। ତା’ପରେ ଲୋକୋ ପାଇଲଟ୍‌ ବ୍ରେକ୍‌ ମାରି ଟ୍ରାକକୁ ଅଟକାଇଥିଲେ। ପରେ ଟ୍ରେନ୍‌ଟି ପଛକୁ ଫେରିଥିଲା। ବଗି ସଂଯୋଗ ହେବା ପରେ ଟ୍ରେନ୍‌ଟି ଆଗକୁ ଯାଇଥିଲା। 

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Train