Advertisment

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ୫୦ ମିନିଟର କାର୍ଯ୍ୟକ୍ରମ ରହିଛି। ସେ ତାଳବଣିଆ ସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ। ପ୍ରୋଟୋକଲ ଅନୁଯାୟୀ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

author-image
Manoj Swain
ଅଦ୍ୟତନ ହୋଇଛି
Gopabandhu Ayurveda Mahavidyalaya

Gopabandhu Ayurveda Mahavidyalaya

ଆସନ୍ତା ୨୪ରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀ ଏସପି ବିନୀତ ଅଗ୍ରୱାଲ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ୫୦ ମିନିଟର କାର୍ଯ୍ୟକ୍ରମ ରହିଛି। ସେ ତାଳବଣିଆ ସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ। ପ୍ରୋଟୋକଲ ଅନୁଯାୟୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତା ୧୮ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ବର୍ଷ ପାଳନ ଅବସରରେ ହୀରକ ଜୟନ୍ତୀ ସମାରୋହରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପୁରୀ ସାଂସଦ ପ୍ରମୁଖ ଯୋଗ ଦେବେ।ଉଦ୍ଘାଟନୀ ଉତ୍ସବରେ ସ୍ମରଣିକା ଉନ୍ମୋଚିତ ହେବା ସହ ଦେଶ, ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା କଲେଜର ପୁରାତନ ଛାତ୍ର ଓ ଆଲୁମିନିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିସହ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ୪୦ ଜଣଙ୍କୁ ନେଇ ପୁରାତନ ଓ ଆଧୁନିକ ଆୟୁର୍ବେଦକୁ ନେଇ ସେମିନାର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି।

Advertisment
Odisha President Of India Droupadi Murmu