Advertisment

ଓଡ଼ିଆ ପାଠ ପଢୁଛନ୍ତି ସରକାରୀ କର୍ମଚାରୀ ଓ ବାବୁ

ବିଶ୍ୱବିଦ୍ୟାଳୟ ସମେତ ପ୍ରତିଷ୍ଠିତ ଭାଷାବିତ୍ ଓ ସାହିତ୍ୟିକମାନେ ପ୍ରଶିକ୍ଷଣ ଦେଉଛନ୍ତି। ବୃତ୍ତିଗତ ଭାଷା ଓ ଶବ୍ଦକୋଷକୁ କିପରି ସୁବିନିଯୋଗ କରାଯିବ, ସେନେଇ ଟ୍ରେନିଂ ଦିଆଯାଉଛି। ସକାଳେ ପୋଥିଗତ ବିଦ୍ୟା ପଢ଼ା ଓ ଅପରାହ୍ନରେ ତା’ର ବ୍ୟାବହାରିକ ଦିଗ ଶିଖା ହେଉଛି।

author-image
Manoranjan Sial
Officer

Officer

ସରକାର କର୍ମଚାରୀ ଓ ବାବୁମାନେ ଓଡ଼ିଆ ପାଠ ପଢ଼ୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ। ସଂସ୍କୃତି ଭବନରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯଥା ASO, SO ଓ ଡେସ୍କ ଅଫିସରଙ୍କଠାରୁ ଅଣ୍ଡର ସେକ୍ରେଟାରୀ ପର୍ଯ୍ୟନ୍ତ ଅଧିକାରୀମାନେ ସାମିଲ ହୋଇଛନ୍ତି।

Advertisment

ପ୍ରଶିକ୍ଷଣ ୫ଦିନ ଧରି ଚାଲିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ପ୍ରତିଷ୍ଠିତ ଭାଷାବିତ୍ ଓ ସାହିତ୍ୟିକମାନେ ପ୍ରଶିକ୍ଷଣ ଦେଉଛନ୍ତି। ବୃତ୍ତିଗତ ଭାଷା ଓ ଶବ୍ଦକୋଷକୁ କିପରି ସୁବିନିଯୋଗ କରାଯିବ, ସେନେଇ ଟ୍ରେନିଂ ଦିଆଯାଉଛି। ସକାଳେ ପୋଥିଗତ ବିଦ୍ୟା ପଢ଼ା ଓ ଅପରାହ୍ନରେ ତା’ର ବ୍ୟାବହାରିକ ଦିଗ ଶିଖା ହେଉଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଓଡ଼ିଆ ଶବ୍ଦକୋଷ ଦିଆଯାଇଛି। ପରବର୍ତ୍ତୀ ସମୟରେ ଅଧିକାରୀଙ୍କ ପାଇଁ ଉପଲବ୍ଧ କରିବାକୁ ସରକାର ଚେଷ୍ଟା କରୁଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଆ ଭାଷାରେ ସରକାରୀ ନଥି କାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ରାଜ୍ୟର ସବୁ ଥାନା, ପଞ୍ଚାୟତ, ବ୍ଲକ ଅଫିସ୍‌, ଜିଲ୍ଲା ପରିଷଦ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ସେହିପରି ରାଜ୍ୟ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ମଧ୍ୟ ସମସ୍ତ ପୁଲିସ ଏସ୍‌ପି ଓ ପୁଲିସ ପ୍ରତିଷ୍ଠାନର ମୁଖ୍ୟଙ୍କୁ ସରକାରୀ ନଥିକାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment
Odisha Education