Insurance
ରାଜ୍ୟରେ ବୀମା ହାର ଜାତୀୟସ୍ତର ତୁଳନାରେ କମ୍ ଅଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ଏନେଇ ପ୍ରାରମ୍ଭିକ ବିଚାରବିମର୍ଶ ଆରମ୍ଭ ହୋଇଛି ।
ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ(ଆଇଆରଡିଏ) ସଦସ୍ୟ ସଚିବ ସତ୍ୟଜିତ୍ ତ୍ରିପାଠୀ ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଭେଟି ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ବା ଅଧିକ ଲୋକଙ୍କୁ ବୀମାଭୁକ୍ତ କରିବା ଉପରେ ଆଲୋଚନା କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ବୀମା ।
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି । ସମସ୍ତ ଅଂଶୀଦାରଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ବୀମା କମିଟି(ଏସଏଲଆଇସି) ବୈଠକ ଆୟୋଜନ କରାଇବା ପାଇଁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଆଇଆରଡିଏ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Insurance_1731943664.jpg)