ସରକାରଙ୍କ ୟୁ-ଟର୍ଣ୍ଣ: ପୁଣି ଥଇଥାନ ହେବେ ରିଟାର୍ଡ ଅଫିସର, ୮ମାସ ବି ତିଷ୍ଠିଲାନି ନିର୍ଦ୍ଦେଶନାମା

ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରିଟାର୍ଡ ଅଫିସର ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ ।

Odisha

ଲୋକସେବା ଭବନ

Ordigital Desk
  • Published: Friday, 16 May 2025
  • Updated: 16 May 2025, 08:12 PM IST

Sports

Latest News

ରାଜ୍ୟ ସରକାରରେ ଅଭିଜ୍ଞସମ୍ପନ୍ନ ଅଫିସରଙ୍କ ଅଭାବ ଓ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ଆଳ କରି ପୁଣିଥରେ ରିଟାର୍ଡ ଅଫିସରମାନଙ୍କୁ ଥଇଥାନ ନିମନ୍ତେ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରିଟାର୍ଡ ଓଏଏସ୍ ଅଫିସରମାନଙ୍କୁ ‘ଓଏସଡି’ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ଆବେଦନ ଆହ୍ୱାନ କରାଯିବା ପରେ ସରକାରଙ୍କ ନୀତିରେ ୟୁ-ଟର୍ଣ୍ଣକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରିଟାର୍ଡ ଅଫିସର ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ ।  ଏପରିକି ବିଜେଡି ସରକାର ଅମଳରେ ଯେଉଁ ରିଟାର୍ଡ କର୍ମଚାରୀମାନେ ପୁନଃନିଯୁକ୍ତି ପାଇଥିଲେ ସେମାନଙ୍କର ନିଯୁକ୍ତି ଅବଧିକୁ ମଧ୍ୟ ବିଜେପି ସରକାର ଆଉ ବୃଦ୍ଧି କରିନଥିଲେ ଓ ଅତ୍ୟନ୍ତ ଜରୁରୀ ନଥିଲେ ଏଭଳି ପୁନଃନିଯୁକ୍ତି ହୋଇପାରିବ ନାହିଁ ବୋଲି ରୋକଠୋକ୍ ଜଣାଇ ଦେଇଥିଲେ ।

ରିଟାର୍ଡ ଓଏଏସ୍ ଅଫିସରଙ୍କଠୁ ଆବେଦନ ପତ୍ର ଆହ୍ୱାନ

ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଅଫିସରମାନଙ୍କୁ ‘ଓଏସଡି’ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଛି । ଏହି ନିଯୁକ୍ତି ପ୍ରାରମ୍ଭିକ ଭାବେ ଏକବର୍ଷ ପାଇଁ ହେବ ଓ କାର୍ଯ୍ୟ ସନ୍ତୋଷଜନକ ରହିଲେ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ । ମୋଟ ଚାରିବର୍ଷ କିମ୍ବା ସର୍ବାଧିକ ୬୫ବର୍ଷ ବୟସ ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ କାର୍ଯ୍ୟ କରିପାରିବେ ବୋଲି ଦର୍ଶାଯାଇଛି ।

ରିଟାର୍ଡ କର୍ମଚାରୀଙ୍କୁ ଥଇଥାନକୁ ବିରୋଧ କରୁଥିଲା ବିଜେପି

ରାଜ୍ୟରେ ବିଜେଡି ସରକାର ସମୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ହିଁ ରିଟାର୍ଡ କର୍ମଚାରୀଙ୍କୁ ସରକାରରେ ପୁନଃଥଇଥାନକୁ ତୀବ୍ର ବିରୋଧ କରୁଥିଲା । ରାଜ୍ୟରେ ଲକ୍ଷଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ତାକୁ ପୂରଣ ନକରି କାହିଁକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରାଯାଉଛି ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରୁଥିଲା । ତେବେ ଗତବର୍ଷ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରିଟାର୍ଡ କର୍ମଚାରୀଙ୍କୁ ସରକାରରେ ଥଇଥାନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ ।

Also Read

ଏପରିକି ଅତ୍ୟନ୍ତ ଜରୁରୀ ନଥିଲେ ଏଭଳି ନିଯୁକ୍ତି ହୋଇପାରିବ ନାହିଁ ଓ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ କରିବା ସହ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟସଚିବଙ୍କ କମିଟିର ବିନା ଅନୁମତିରେ କେହି ନିଯୁକ୍ତି ପାଇପାରିବେ ନାହିଁ ବୋଲି ଗତ ୮ମାସ ପୂର୍ବେ ଜାରି ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରି ହେଲା । ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ରାଜ୍ୟର ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିଯୁକ୍ତି ଅବଧିକୁ ଆଉ ବୃଦ୍ଧି ନକରି ସେମାନଙ୍କର ସେବାକୁ ସମାପ୍ତ କରିଦିଆଗଲା ।

ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ଅଭିଜ୍ଞଙ୍କ ଅଭାବ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭାଗରେ ଅଭିଜ୍ଞସମ୍ପନ୍ନ ଅଫିସରଙ୍କ ଅଭାବ ଓ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ରିଟାର୍ଡ ଓଏଏସ୍ ଅଫିସରମାନେ ଯିଏକି ବିଭାଗର କାର୍ଯ୍ୟ ସହ ଜଡ଼ିତ ଥିଲେ ସେମାନଙ୍କୁ ପୁନଃ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ଏହି ଆବେଦନପତ୍ର ଆହ୍ୱାନ କରାଯାଇଛି । ସେହିପରି ରାଜ୍ୟ ଆଇନ ବିଭାଗ ମଧ୍ୟ ଅନୁରୂପ ଭାବେ ଦେବୋତ୍ତର କମିଶନରେ ଖାଲି ପଡ଼ିଥିବା ପ୍ରାୟ ୨୦ରୁ ୩୦ଟି ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

ରାଜ୍ୟର ବିଜେପି ସରକାର ନିଜର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ନିଜର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇ ରିଟାର୍ଡ କର୍ମଚାରୀଙ୍କୁ ଥଇଥାନ କରିବାକୁ ନେଇଥିବା ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଇଛି । ତେବେ ବିଭାଗର ଏଭଳି ପଦକ୍ଷେପ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଜାଣତରେ ହୋଇଛି କି ନାହିଁ ତାହା ଜଣାପଡ଼ିନି । ନିୟମିତ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାରୀସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା କାହିଁକି କରାଯାଉନି ଓ ଯେଉଁଠି କିଛି ସମସ୍ୟା ରହିଛି ତାକୁ ତ୍ୱରିତ୍ ସମାଧାନ କରିବାରେ କିଏ ବାଧକ ସାଜିଛି ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story