Advertisment

ଦୁର୍ଦ୍ଦଶା ଦେଖି ଲକ୍ଷେ ଟଙ୍କା ଦେବାକୁ ଘୋଷଣା କଲେ ରାଜ୍ୟପାଳ

ରାଜ୍ୟପାଳ ସେଠାରୁ ଦଶରଥପୁର ବ୍ଲକ ଅଭିମୁଖେ ଯାଇଥିଲେ। ଖଣ୍ଡରା ପଞ୍ଚାୟତରେ ପ୍ରବେଶ କରୁ କରୁ ସରୋଜିନୀ ରାଉତ ନାମକ ଜଣେ ମହିଳା ରାଜ୍ୟପାଳଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ଥିଲେ।

author-image
Manoranjan Sial
Jajpur

Jajpur

ରାସ୍ତାରେ ଗାଡ଼ି ଅଟକାଇ ରାଜ୍ୟପାଳଙ୍କ ସମ୍ମୁଖରେ କାନ୍ଦିଲେ ସରୋଜିନୀ ରାଉତ। ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ରହୁଥିବା ହାତ ଯୋଡ଼ି କାକୁତି ମିନତି ହୋଇଥିଲେ। ଏହା ପରେ ରାଜ୍ୟପାଳ ସରୋଜିନୀ ରାଉତଙ୍କ ଘରକୁ ଗଲେ ଓ ଦୁର୍ଦ୍ଦଶାର ଚିତ୍ର ଦେଖିଥିଲେ। ସମବେଦନା ଦେବା ସହିତ ତାଙ୍କ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ରାଜ୍ୟପାଳ।

Advertisment

ଓଡ଼ିଶା ମହାମହୀମ ରାଜ୍ୟପାଳ ରଘୁବର ଦାସ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ। ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତା’ପରେ ରାଜ୍ୟପାଳ ଯାଜପୁର ଟାଉନ୍‌ ଯାଇଥିଲେ। ସେଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ସମସ୍ୟାର ସମ୍ପର୍କରେ ପଚାରି ବୁଝିଥିଲେ।

Advertisment

ରାଜ୍ୟପାଳ ସେଠାରୁ ଦଶରଥପୁର ବ୍ଲକ ଅଭିମୁଖେ ଯାଇଥିଲେ। ଖଣ୍ଡରା ପଞ୍ଚାୟତରେ ପ୍ରବେଶ କରୁ କରୁ ସରୋଜିନୀ ରାଉତ ନାମକ ଜଣେ ମହିଳା ରାଜ୍ୟପାଳଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ଥିଲେ। ରାଜ୍ୟପାଳ ଗାଡ଼ିରୁ ଓହ୍ଲାଇବା କ୍ଷଣୀ କାନ୍ଦି କାନ୍ଦି ନିଜର ଭଙ୍ଗା ଦଦରା ଘରେ ଦୟନୀୟ ଭାବେ ପରିବାର ସହ ରହୁଥିବା ସରୋଜୀନି କହିଥିଲେ। ଏହା ପରେ ରାଜ୍ୟପାଳ ତାଙ୍କ ଘର ପରିଦର୍ଶନ କରି ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଘର ମିଳିବ ବୋଲି ସରୋଜୀନିଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତା’ପରେ ରାଜ୍ୟପାଳ ଅନ୍ୟ ଆବସ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।

ଖଣ୍ଡରା ଗାଁରେ ବୁଲିବା ବେଳେ ଆବାସ ଯୋଜନାରେ ଘର ମିଳୁଛି କି ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ ରାଜ୍ୟପାଳ। ସେହି ସମୟରେ ପାଣି ସମସ୍ୟା, ଭତ୍ତାରୁ ବଞ୍ଚିତ ଭଳି ଅନେକ ଲୋକ ଅଭିଯୋଗ କରିଥିଲେ। ସବୁ ସମସ୍ୟା ସମାଧାନ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ। ତା’ପରେ ରାଜ୍ୟପାଳ ସର୍କିଟ ହାଉସ୍‌ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରି ହରିପୁର ମେଡ଼ିକାଲ୍‌ ପରିଦର୍ଶନ କରିଥିଲେ। ସେଠାରେ ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ।

ରିପୋର୍ଟ-ଯାଜପୁରରୁ ସଞ୍ଜୀବ ନାୟକ

Jajpur Government Of Odisha