Advertisment

ବଲାଙ୍ଗିରରେ ରାଜ୍ୟପାଳ: ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

ବଲାଙ୍ଗୀର ଗସ୍ତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ଛୋଟ ଛୁଆ ମାନଙ୍କ ସହ ମିଶି ଚକୋଲେଟ ବାଣ୍ଟନ କରିଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Raghubar das

Raghubar das

ବଲାଙ୍ଗୀର ଗସ୍ତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ସେ ପ୍ରଥମେ ନୂଆପଡ଼ା ଜିଲ୍ଲାରୁ ଆସି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଝଲିଆଲିଟି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ। ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ଛୋଟ ଛୁଆ ମାନଙ୍କ ସହ ମିଶି ଚକୋଲେଟ ବଣ୍ଟନ କରିଥିଲେ। ଅଙ୍ଗନବାଡ଼ି କର୍ମୀ, ପାଚିକା ଓ ମା’ ମାନଙ୍କ ସହ କଥା ହୋଇଥିଲେ। ପରେ କୁନି କୁନି ଛୁଆ ମାନଙ୍କର ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ।

Advertisment

ପରେ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ଵୋଧନ ଦେଇଥିଲେ। ଭଲ ପାଠ ପଢିବା ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଏବଂ ଛାତ୍ରଛାତ୍ରୀ ମାନଙ୍କ ଅସୁବିଧା କ'ଣ ରହିଛି ଗୋଟି ଗୋଟି କରି ପଚାରି ବୁଝିଥିଲେ। ଆଉ ଛାତ୍ରଛାତ୍ରୀ ମାନେ କେମିତି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ସେନେଇ ପରାମର୍ଶ ଦେଇଥିଲେ। ଏବଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନି ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟପାଳଙ୍କ ବଲାଙ୍ଗୀର ଗସ୍ତରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପିଙ୍କ ସହ ଅନେକ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଥିବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଥିଲା। ସବୁ ଛକରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଏହାସହିତ ରାଜ୍ୟପାଳଙ୍କୁ ଦେଖିବା ପାଇଁ ଅନେକ ସ୍ଥାନରେ ଲୋକ ମାନେ ଉପସ୍ଥିତ ଥିଲେ।

Advertisment
Balangir Raghubar Das