/odisha-reporter/media/post_attachments/uploadimage/library/16_9/16_9_0/IMAGE_1692496628.jpg)
Lokaseva Bhawan
ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ଚଳିତମାସ ୨୮ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ(ଏକଜ୍ୟୁଟିଭ) ବନ୍ଦ ରହିବ।
Advertisment
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ପୂର୍ବରୁ ରାଜ୍ୟ ସରକାର ସେପ୍ଟେମ୍ବର ୨୯ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ। କିନ୍ତୁ ଆଜି ସଂଶୋଧିତ ବିଜ୍ଞପ୍ତି ଜାରି କରି ସେପ୍ଟେମ୍ବର ୨୯ ପରିବର୍ତ୍ତେ ସେପ୍ଟେମ୍ବର ୨୮(ଗୁରୁବାର) ଏହି ଛୁଟି ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖ ମାସ ଶେଷ ଶନିବାର ଯୋଗୁ ଛୁଟି ଥିବାବେଳେ ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି-ଶାସ୍ତ୍ରୀ ଜୟନ୍ତୀ ପାଇଁ ଛୁଟି ରହିବ। ତେବେ ସେପ୍ଟେମ୍ବର ୨୯ତାରିଖରେ ସରକାରୀ କାର୍ଯ୍ୟଦିବସ ରହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
