Advertisment

ଓଏସଏସଏସସି ପରୀକ୍ଷାରେ ଅନିୟମିତତାର ତଜର୍ମା କରୁଛନ୍ତି ସରକାର, ନିଷ୍ପତ୍ତି ଖୁବଶୀଘ୍ର

ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

Exam

Exam

Advertisment

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି ।

Advertisment

ସୂଚନା ଅନୁସାରେ ପରୀକ୍ଷାର ପବିତ୍ରତା ସହ ସାଲିସ୍ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କଠାରୁ ଅଭିଯୋଗ ମିଳିଛି । ଯାହା ଏହି ପଦବୀ ପାଇଁ ନିରପେକ୍ଷ ଓ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି । ରାଜ୍ୟ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ଓ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ପ୍ରତିବଦ୍ଧ । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷାଗୁଡ଼ିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଛି ଓ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଆୟୋଗଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ବିଭିନ୍ନ ପଦବୀ ଯଥା ଏଲଆଇ, ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆରଆଇ, ଅମିନ, ଆଇସିଡିଏସ୍ ସୁପରଭାଇଜର,ଏସଏଫଏସ ଆଦି ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଅନିୟମିତତାର ଅଭିଯୋଗ କରି ପରୀକ୍ଷାର୍ଥୀମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Advertisment
OSSSC Odisha Govt Vacancies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe