Advertisment

କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରେ ରହିବନି ‘୫ଟି ଚାର୍ଟର’ ଓ ‘ମୋ ସରକାର’

୨୦୧୯-୨୦ ପୂର୍ବରୁ ପ୍ରଚଳିତ ପିଏଆର/ସିସିଆର ଫର୍ମାଟକୁ ୨୦୨୪-୨୫ ଠାରୁ ପୁନଶ୍ଚ ପ୍ରଚଳନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

author-image
Jitendra Garnayak
loka seva bhawan

loka seva bhawan

ରାଜ୍ୟର ସମସ୍ତ ବର୍ଗର କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ‘୫ଟି ଚାର୍ଟର’ ଓ ‘ମୋ ସରକାର’କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ପ୍ରମୁଖ ଶାସନ ସଚିବ,କମିଶନର ତଥା ଶାସନ ସଚିବ, ସମସ୍ତ ବିଭାଗଗୀୟ ମୁଖ୍ୟ ଦଫ୍ତର,ସମସ୍ତ ରାଜସ୍ୱ ଡିଭିଜନାଲ ଆୟୁକ୍ତ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

Advertisment

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ‘୫ଟି ଚାର୍ଟର’ ଏବଂ ‘ମୋ ସରକାର’ର ମୂଲ୍ୟାଙ୍କନର କୌଣସି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନାହିଁ। ତେଣୁ ଉକ୍ତ ଉପାଦାନଗୁଡ଼ିକୁ ରାଜ୍ୟର ସମସ୍ତ ବର୍ଗର (କ,ଖ ଏବଂ ଗ) କର୍ମଚାରୀଙ୍କ ପାଇଁ ଏବେ ପ୍ରଚଳିତ ଥିବା ପିଏଆର/ସିସିଆର ଫର୍ମାଟରୁ ପ୍ରତ୍ୟାହାର କରି ୨୦୧୯-୨୦ ପୂର୍ବରୁ ପ୍ରଚଳିତ ପିଏଆର/ସିସିଆର ଫର୍ମାଟକୁ ୨୦୨୪-୨୫ ଠାରୁ ପୁନଶ୍ଚ ପ୍ରଚଳନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

5T Mo Sarkar