Advertisment

ସମବାୟ ସମିତିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମତି ଜରୁରୀ, ଗଢ଼ିଲେ କମିଟି

ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମବାୟ ସମିତିଗୁଡ଼ିକ ଓଡ଼ିଶା ସମବାୟ ସମିତି ଆଇନ୍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ମିଳିଛି।

author-image
Ordigital Desk
undefined

Lokaseba Bhaban

ରାଜ୍ୟର ସମବାୟ ସମିତିଗୁଡ଼ିକ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ନିଜର ସ୍ଥାବର ସମ୍ପତ୍ତିିକୁ ବିକ୍ରି କରିପାରିବେ ନାହିଁ । ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମବାୟ ସମିତିଗୁଡ଼ିକ ଓଡ଼ିଶା ସମବାୟ ସମିତି ଆଇନ୍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ମିଳିଛି।

Advertisment

ତେବେ ସମବାୟ ସମିତିର ପରିଚାଳନା ମଣ୍ଡଳୀ ମନଇଚ୍ଛା ସମିତିର ସମ୍ପତ୍ତିକୁ ବିକ୍ରି ଓ ଲିଜ୍ ଦେଉଥିବାରୁ ରାଜ୍ୟ ସରକାର ସମବାୟ ଆଇନର ଧାରା ୧୨୩-କ’କୁ ପ୍ରୟୋଗ କରି ଏହା ଉପରେ ଅଙ୍କୁଶ ଲଗାଇଛନ୍ତି । ଯଦି ସମ୍ପତ୍ତି ବିକ୍ରି କରିବାର ଆବଶ୍ୟକତା ପଡ଼େ ସେଥିପାଇଁ ସମିତିଗୁଡ଼ିକ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନୁମତି ନେବେ।

ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମବାୟ ସମିତି ସମ୍ପତ୍ତି ବିକ୍ରିକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଅଧ୍ୟକ୍ଷ ଥିବାବେଳେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ , ସହକାରୀ ନିର୍ଦ୍ଦେଶକ ଆଇନ୍‌, ଅତିରିକ୍ତ ସମବାୟ ନିବନ୍ଧକ ସଦସ୍ୟ ରହିଛନ୍ତି । ସେହିଭଳି ସମବାୟ ଉପନିବନ୍ଧକ (ଏମଆଇଏସ୍‌) ଏହି କମିଟିର ଆବହକ ଅଛନ୍ତି।

Advertisment

ଏହି କମିଟି ସମବାୟ ନିବନ୍ଧକଙ୍କ ଠାରୁ ସମିତିର ସ୍ଥାବର ସମ୍ପତ୍ତିି ବିକ୍ରି କିମ୍ବା ଲିଜ୍ ପାଇଁ ପ୍ରସ୍ତାବ ପାଇବାପରେ ତାହାକୁ ପରୀକ୍ଷା ନିରୀକ୍ଷା ସହିତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ସରକାରଙ୍କ ଠାରୁ ଅନୁମୋଦନ ପାଇଲା ପରେ ରାଜ୍ୟ ସମବାୟ ନିବନ୍ଧକ ତାଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିବା ସହିତ ସମବାୟ ନିବନ୍ଧକଙ୍କ ଠାରୁ ପାଇଥିବା ପ୍ରସ୍ତାବଗୁଡିକର ତର୍ଜମା କରିବ ।

ଶ୍ରୀ ନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏହି କିମିଟି ଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଯେଉଁ ସମବାୟ ସମିତି ଗୁଡ଼ିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ ଏବଂ ସେଥିରେ ସରକାରଙ୍କର କୌଣସି ଅଂଶଧନ ନଥିବ କିମ୍ବା ସେମାନେ ସରକାରଙ୍କ ଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁନଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ।

Odisha Govt Of Odisha