ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’: ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଅନୁମତି ଦେଇ ଖସିବାକୁ ବାହାନା କଲେ ସରକାର

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)କୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାରର ସ୍ଥିତି ନିରୀକ୍ଷଣ ଓ ଅଳଙ୍କାରର ଗଣନା ପାଇଁ କମିଟି ଗଠନ ନକରି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଗଳାବାଟ କାହିଁକି ବାହାର କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

High Court PhotoOR

ଓଡ଼ିଶା ହାଇକୋର୍ଟ

Ordigital Desk
  • Published: Saturday, 04 November 2023
  • Updated: 04 November 2023, 07:42 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଓ ମନ୍ଦିର ପ୍ରଶାସନ ଫୁ’ କରି ଉଡ଼ାଇ ଦେଲେ । ଆଉ ହାଇକୋର୍ଟ ଅବମାନନାରୁ ବର୍ତ୍ତିବା ପାଇଁ ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବାର ଗଳା ବାଟ ବାହାର କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)କୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାରର ସ୍ଥିତି ନିରୀକ୍ଷଣ ଓ ଅଳଙ୍କାରର ଗଣନା ପାଇଁ କମିଟି ଗଠନ ନକରି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଗଳାବାଟ କାହିଁକି ବାହାର କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଲେଜର ସ୍କାନିଂ ମାଧ୍ୟମରେ କ’ଣ ରତ୍ନଭଣ୍ଡାର ଭିତରେ ଥିବା ଅଳଙ୍କାରର ଗଣନା ସମ୍ଭବପର ହୋଇପାରିବ କି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଟି କୋଟି ଶ୍ରୀଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଖେଳୁଛନ୍ତି ଓ ରତ୍ନଭଣ୍ଡାର ଖୋଲିବାରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଏଏସଆଇ ପୂର୍ବରୁ ଅନୁମତି ମାଗିଥିଲା । ଶନିବାର ବୈଠକରେ ଏହି ପ୍ରସ୍ତାବର ବିଭିନ୍ନ ଦିଗ ଉପରେ ଆଲୋଚନା କରାଗଲା । ଏସଆଇକୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି । ଏବେ ଯେହେତୁ କାର୍ତ୍ତିକ ମାସ ଚାଲିଛି ତେଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଛି । ତେଣୁ ଏଏସଆଇ ଏବେ ନିଜ କାମ ଠିକ ଭାବେ କରିପାରିବ ନାହିଁ । ଏହି ଲେଜର ସ୍କାନିଂ କେବେ ଆରମ୍ଭ ହେବ ସେ ନେଇ ଏଏସଆଇକୁ ପରେ ଅବଗତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ନିରୀକ୍ଷଣ ଓ ଅଳଙ୍କାରର ଯାଂଚ ନିମନ୍ତେ ୨ମାସ ସୁଦ୍ଧା ଏକ ଉଚ୍ଚସ୍ତରୀୟ କମିଟି ଗଠନ ନିମନ୍ତେ ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି । କିନ୍ତୁ ଏହି ରାୟକୁ ଦେଢ଼ମାସ ବିତିବାକୁ ବସିଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ରାୟରେ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଗଣନା ନିମନ୍ତେ ଏକ କମିଟି ୨ମାସ ମଧ୍ୟରେ ଗଠନ କରିବାକୁ କହିଥିଲେ । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ । ଓଲଟା ରତ୍ନଭଣ୍ଡାର ସୁରକ୍ଷିତ ଅଛି, କେହି ଚିନ୍ତା କରିବା ଦରକାର ନାହିଁ ବୋଲି ଅତ୍ୟନ୍ତ ବେପରୁୱା ଢଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ବିଭିନ୍ନ ଆଳ ଦେଖାଇ ଏଡ଼ାଇ ଯାଉଛନ୍ତି । ସମୀର ଦାସଙ୍କ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଏକ ସତ୍ୟପାଠ ଦାଖଲ କରି ରତ୍ନଭଣ୍ଡାରରେ ୧୪୯ କିଲୋ ୪୬୦ଗ୍ରାମ ସୁନା ଏବଂ ୧୮୪ କିଲୋ ରୂପା ଅଳଙ୍କାର ଅଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରର ହିସାବ ହୋଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story