Advertisment

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍‌ ସର୍ଭେ ରିପୋର୍ଟ

ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।

ଅଦ୍ୟତନ ହୋଇଛି
Puri Jagannath Temple (File Photo)

Puri Jagannath Temple (File Photo)

Advertisment

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍‌ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନର ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା ନିଆଯାଇଥିଲା।

Advertisment

ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଛି। ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ। ତା’ସହ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ସେ ଦର୍ଶାଇଛନ୍ତି।

ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର୍‌ଏସ୍‌ ସର୍ଭେ କରାଯାଇଥିଲା। ତାହାର ରିପୋର୍ଟ ଆଜି ଅପରାହ୍ନରେ ହସ୍ତଗତ ହୋଇଛି। ୪୫ ପୃଷ୍ଠାର ରିପୋର୍ଟର ଇ-ମେଲ୍‌ ମାଧ୍ୟମରେ ଆସିଛି। ରିପୋର୍ଟକୁ ତର୍ଜମା କରୁଛୁ। ଶ୍ରୀମନ୍ଦିରର ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି। ବୈଷୟୀକ ରିପୋର୍ଟ ହସ୍ତଗତ ହେଲା ପରେ ଏସ୍‌ଆଇ ଚିଠି ଲେଖାଯାଛି। ଯଥା ଶୀଘ୍ର ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣା କାର୍ଯ୍ୟ କରିବା ପାଇଁ ଚିଠି ଲେଖାଯାଇଛି। ଏହାଛଡ଼ା ଏ ନେଇ ଛତିଶାନିଯୋଗକୁ ମଧ୍ୟ ଅବଗତ କରାଯାଇଛି ବୋଲି ଡକ୍ଟର ପାଢ଼ୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଅନୁମୋଦନ କରିଥିବା ଏସ୍‌ଓପି ଅନୁସାରେ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରୁ ସବୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ପରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ପାଇଁ ପୂର୍ବରୁ ହାଇଲେବୁଲ୍‌ କମିଟି, ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ସେହି ସମୟରେ ଯାହା ସାଇଣ୍ଟିଫିକ୍‌ ଇନ୍‌ଭେଷ୍ଟିଗେସନ୍‌ କରିବା କଥା କରନ୍ତୁ ବୋଲି କୁହାଯାଇଥିଲା। ସେହି କ୍ରମରେ ଏଏସ୍‌ଆଇ ତରଫରୁ ସିଏସ୍‌ଆର ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ଇନ୍‌ଷ୍ଟିଚ୍ୟୁଟ୍‌ ସହାୟତା ବିଭିନ୍ନ ସର୍ଭେକ୍ଷଣ କାର୍ଯ୍ୟ କରାଯାଇଥିଲା। ସେହି ରିପୋର୍ଟ ଆଜି ହସ୍ତଗତ ହୋଇଛି। ସେହି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାମ କରିବା ପାଇଁ ଏଏସ୍‌ଆଇକୁ ଅନୁରୋଧ କରିଛୁ। ମରାମତି ହୋଇସାରିବା ପରେ ଏସ୍‌ଓପି ଅନୁସାରେ ଗଣତିମଣତି କରାଯିବ ବୋଲି ଡକ୍ଟର ପାଢୀ କହିଛନ୍ତି।

Puri Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe