Advertisment

ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ଚାଲିଛି ଜିପିଆର୍‌ ସର୍ଭେ

ହାଇଦ୍ରାବାଦ ସ୍ଥିତ National Geophysical Research Institute (NGRI) ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର(ଜିପିଆର୍‌) ସର୍ଭେ କରାଯାଇଛି।

ଅଦ୍ୟତନ ହୋଇଛି
Konark Temple

Konark Temple

Advertisment

ବିଶ୍ୱ ପ୍ରସିଦ୍ଧ ଐତିହ୍ୟ କୋଣାର୍କ ମନ୍ଦିର ଚାରି ପାର୍ଶ୍ୱରେ ବାଲି ତଳେ କୌଣସି ପ୍ରାଚୀନ ଐତିହ ରହିଛି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜିଠାରୁ କୋଣାର୍କ ମନ୍ଦିର ଚାରି ପାର୍ଶ୍ୱରେ ଆରମ୍ଭ ହୋଇଛି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର(ଜିପିଆର୍‌) ସର୍ଭେ। ଦୁଇ ଦିନ ଧରି ଏହି ସର୍ଭେ ଚାଲିବ ବୋଲି ଜଣାପଡ଼ିଛି।

Advertisment

ହାଇଦ୍ରାବାଦ ସ୍ଥିତ National Geophysical Research Institute (NGRI) ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର(ଜିପିଆର୍‌) ସର୍ଭେ କରାଯାଇଛି। ଏହି ପଦ୍ଧତ୍ତି ମାଧ୍ୟମରେ ମାଟି ତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି। ଯାହାଫଳରେ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ବାଲି ସ୍ତୁପ ତଳେ କୌଣସି ପ୍ରାଚୀନ ଐତିହ ଅଛି କି ନାହିଁ ଜଣାପଡ଼ିବ। ଆଜି ପ୍ରଥମ ଦିନରେ ମନ୍ଦିରର ୧୦୦ ଫୁଟରେ ୧୦୦ ଫୁଟ ମଧ୍ୟରେ ଏହି ସର୍ଭେ କରାଯାଇଛି। ତିନି ଜଣିଆ ବୈଜ୍ଞାନିକ ଟିମ ଏହି ସର୍ଭେ ଆରମ୍ଭ କରିଛନ୍ତି। ଦୁଇ ଦିନ ଧରି ଏହି ସର୍ଭେ କାର୍ଯ୍ୟ ଚାଲିବ। ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ ଓ ଭୁ-ତତ୍ତ୍ୱବିତ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସର୍ଭେ କାର୍ଯ୍ୟ ତଦାରଖ କରୁଛନ୍ତି।

ଏଏସ୍‌ଆଇ ସୁପିଟେଣ୍ଡେଣ୍ଟ ଡିବି ଗଡନାୟକ କହିଛନ୍ତି, ପୁରାଣରେ ବର୍ଣ୍ଣିତ ଓ ଗବେଷଣାରୁ ଜଣାପଡ଼ିଛି ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ଅନେକ ଗୁଡ଼ିକ ମନ୍ଦିର ରହିଛି। ବର୍ତ୍ତମାନ ବାଲି ଭର୍ତ୍ତି ହୋଇଥିବାରୁ ମନ୍ଦିରର ସ୍ଥିତି ସମ୍ପର୍କରେ ଜଣାପଡ଼ୁ ନାହିଁ। ସେ ସମ୍ପର୍କରେ ଜାଣିବା ପାଇଁ ଜିପିଆର୍‌ ସର୍ଭେ କରାଯାଉଛି ବୋଲି ସେ କହିଛନ୍ତି।

Advertisment

ସେପଟେ ବିଶିଷ୍ଟ ଐତିହାସିକ ଅବଦୁଲ୍‌ ଫଜଲ ଓ ଐତିହାସିକ ଅରବିନ୍ଦ ଚାଟାର୍ଜୀଙ୍କ ଦ୍ଵାରା ଲିଖିତ ପୁସ୍ତକରେ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵରେ ୨୭ଟି ନକ୍ଷତ୍ରଙ୍କ ଛୋଟ ଛୋଟ ମନ୍ଦିର ଥିବା ଲେଖାଯାଇଛି। 

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

ASI Konark Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe