Advertisment

ଖୋଲିବ ରତ୍ନଭଣ୍ଡାର ରହସ୍ୟ: ଆଜି ହେଲା ପେନିଟ୍ରେଟିଂ ରାଡର ସର୍ଭେ

ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜିପିଆର ସର୍ଭେ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri Temple

Puri Temple

ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ। ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜିପିଆର ସର୍ଭେ। ୩ ଘଣ୍ଟା ୫୦ ମିନିଟ୍‌ ଧରି ଏନ୍‌ଜିଆର୍‌ଆଇର ତିନି ଜଣିଆ ବିଶେଷଜ୍ଞ ଟିମ୍‌ ଭିତର ରତ୍ନ ଭଣ୍ଡାରର ଚଟାଣ ଯାଞ୍ଚ କରିଛନ୍ତି। ଏହାର ରିପୋର୍ଟକୁ ଅଧାର କରି ହେବ ଭିତର ରତ୍ନଭଣ୍ଡାରର ମରାମତି।

Advertisment

ପ୍ରାୟ ପ୍ରତି ଅଧ ମିଟର ଦୂରତା ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି। ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ଓ ଗୋଟିଏ କାର୍ଟ ସର୍ଭେ କାର୍ଯ୍ୟରେ ବ୍ୟବହୃତ ହୋଇଛି। ତିନିଟି ଉଚ୍ଚ କ୍ଷମତା ସମ୍ପନ୍ନ ମେଶିନ (୨୦୦, ୪୦୦, ୯୦୦ ମେଗାହାର୍ଜ)ର ଆଣ୍ଟିନା ଦ୍ଵାରା ସର୍ଭେ କରାଯାଇଛି। ଏହି ଯନ୍ତ୍ରଂଶ ମାଟି ଭିତରେ ୧୦ ମିଟର ପର୍ଯ୍ୟନ୍ତ ଜିନିଷକୁ ଠାବ କରିପାରିବାର କ୍ଷମତା ରଖିଥିବା ବେଳେ ପ୍ରାୟ ୭ ରୁ ୮ ମିଟର ଦୂରତା ପର୍ଯ୍ୟନ୍ତ ସଠିକ୍ ରିପୋର୍ଟ ଦେଇପାରିବ। ସେହି ରିପୋର୍ଟ ଆସିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ତେବେ ସର୍ଭେ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଆସନ୍ତାକାଲି ପୁଣି ଜାରି ରହିବ ସର୍ଭେ କାର୍ଯ୍ୟ।

ସେପଟେ ଏହି ସର୍ଭେ ଯୋଗୁ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ସର୍ବ ସାଧାରଣ ଦର୍ଶନ। ଆଉ ଦୁଇ ଦିନ ଧରି ଏହି ସର୍ଭେ ହେବା ନେଇ ଏସ୍‌ଓପିରେ ଉଲ୍ଲେଖ ରହିଛି। ତେଣୁ ଆଜି ପରି ଆଉ ଦୁଇ ଦିନ ଶ୍ରୀମନ୍ଦିରେ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Advertisment
Puri Shreemandir Puri Sri Jagannath