Puja
ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ସରକାରୀ ଜାଗାରେ ସାର୍ବଜନୀନ ପୂଜା ଆୟୋଜନ ନିମନ୍ତେ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡ଼ିବ ନାହିଁ । ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ ତଥା ସାଧାରଣ ଲୋକଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଜାଗାରେ ପୂଜା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯାଇଥାଏ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚଳିତବର୍ଷ ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି । ପାର୍ବଣ ଋତୁରେ ଏସବୁ ପୂଜା ସରକାରୀ ଜାଗାରେ ସାମୟିକ ଭାବେ ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତବର୍ଷ ସରକାରୀ ଜାଗାରେ ଏସବୁ ପୂଜା ନିମନ୍ତେ କୌଣସି ପ୍ରକାରର ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ଭୁବନେଶ୍ୱର ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puja_1694790312.jpg)