Advertisment

ଥାନାରେ ପୁଲିସର ଆଚରଣ ପାଇଁ ଆସିବ ମାର୍ଗଦର୍ଶିକା, ସବୁ ପୁଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା

ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ହାଜର ହୋଇ ପୁଲିସ ଥାନାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଆକାରରେ ଜଣାଇଛନ୍ତି।

undefined

High Court

Advertisment

ଥାନାଗୁଡ଼ିକରେ ସେନା କର୍ମଚାରୀମାନଙ୍କ ପ୍ରତି ପୁଲିସର ଆଚରଣ ଓ  ଆଭିମୁଖ୍ୟ କିଭଳି ରହିବ ସେଥିପାଇଁ ଖୁବଶୀଘ୍ର ଗୃହ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ବା ମାର୍ଗଦର୍ଶିକା ଆସିବ। ଓଡ଼ିଶା ହାଇକୋର୍ଟଙ୍କୁ ଏନେଇ ରାଜ୍ୟ ସରକାର ଅବଗତ କରିଛନ୍ତି। ନଭେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯିବ ଓ ସମସ୍ତ ପୁଲିସ କର୍ମୀଙ୍କୁ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ନିମନ୍ତେ ଏକ ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ ମଡ୍ୟୁଲ ପ୍ରସ୍ତୁତ ନିମନ୍ତେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯାଇଛି ବୋଲି ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଭରତପୁର ଥାନାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୁଲିସର ଅମାନବୀୟ ଆଚରଣ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ରିପୋର୍ଟ ମାଗିଥିଲେ।

Advertisment

ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ହାଜର ହୋଇ ପୁଲିସ ଥାନାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଆକାରରେ ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଥାନାଗୁଡ଼ିକରେ କାହିଁକି ସିସିଟିଭି କାର୍ଯ୍ୟକ୍ଷମ ହୋଇନି ବୋଲି ଦର୍ଶାଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଥିଲେ।

ଶ୍ରୀ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୨୦୨୪ ସେପ୍ଟେମ୍ବର ୨୪ତାରିଖ ସୁଦ୍ଧା ରାଜ୍ୟର ୪୫୬ଟି ଥାନାରେ ୨୨୬୬ଟି ସିସିଟିଭି କ୍ୟାମେରା ଖରାପ ଅବସ୍ଥାରେ ଥିଲା। ତେବେ ମରାମତି କାର୍ଯ୍ୟ କରାଯାଇ ଏହି ସଂଖ୍ୟାକୁ ୧୧୬୬ଟି ଅଣାଯାଇଛି। ଯାହାକି ଥାନାଗୁଡ଼ିକରେ ଲାଗିଥିବା ମୋଟ ସିସିଟିଭି କ୍ୟାମେରା ପରିମାଣର ୧୦ପ୍ରତିଶତରୁ କମ୍ ରହିଛି। ବାକି ସମସ୍ତ ଅକାମୀ ସିସିଟିଭି କ୍ୟାମେରାକୁ ୨୦୨୪ ନଭେମ୍ବର ୧୫ତାରିଖ ସୁଦ୍ଧା ମରାମତି କରାଯିବ ବୋଲି ସେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଯେଉଁ ୫୭ଟି ଥାନା ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା, ସେଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି ଓ କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ୫୨ଟି ନୂଆ ଥାନା ମଧ୍ୟରୁ ୪୯ଟି ଥାନାରେ ସିସିଟିଭି କ୍ୟାମେରା ଲାଗି କାର୍ଯ୍ୟକ୍ଷମ କରୁଛି ଓ ବାକି ଥାନାରେ ଖୁବଶୀଘ୍ର ଶେଷ ହେବ।

Advertisment

ସେହିପରି ରାଜ୍ୟର ସମସ୍ତ ପୁଲିସ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ଏକ ଷ୍ଟାଣ୍ଡାର୍ଡ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯାଇଛି । ସେହିପରି ସମସ୍ତ ଥାନା ଓ ଆଉଟପୋଷ୍ଟରେ ସିସିଟିଭି ପରିଚାଳନା ସୁବିଧା ନିମନ୍ତେ ରିଫ୍ରେସର ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓକାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଥିବା ଶ୍ରୀ ଗଙ୍ଗୱାର ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe