Unnati Bhaban
ଓଡ଼ିଶା ଜଳ ନିଗମ(ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଇଞ୍ଜିନିୟର ଗୁରୁଚରଣ ଦାସଙ୍କୁ ନିଯୁକ୍ତି ମିଳିଛି । ସେ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।
ସରକାରୀ ଚାକିରିରୁ ଅବସର ପରେ ମଧ୍ୟ ୱାଟକୋ ସିଇଓ ଭାବେ କାର୍ଯ୍ୟ ଜାରି ରଖିଥିବା ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି ନକରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା ।
ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଏବେ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଗୁରୁଚରଣ ଦାସଙ୍କୁ ୱାଟକୋ ପରିଚାଳନା ନିର୍ଦ୍ଦେଶକ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1726669358.jpg)