Advertisment

ଅଚେତ ହେଲେ ଅଣପଞ୍ଜୀକୃତ ହବିଷ୍ୟାଳି; କାଲିଠୁ ଧାରଣାରେ ବସିଥିଲେ

ଅଚେତ ହୋଇ ପଡ଼ିଥିବା ହବିଷ୍ୟାଳିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
strike

strike

Advertisment

ପୁରୀ ବୃନ୍ଦାବତୀ ନିବାସ ଆଗରେ ଅଚେତ ହୋଇ ପଡ଼ିଛନ୍ତି ଜଣେ ଅଣପଞ୍ଜୀକୃତ ହବିଷ୍ୟାଳି। ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁ ନ ଥିବାରୁ କାଲିଠୁ ଶୀତ କାକରରେ ବାହାରେ ବସି ରହିଥିଲେ। ଅଚେତ ହୋଇ ପଡ଼ିଥିବା ହବିଷ୍ୟାଳିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳିଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି ଯାଇଛି।

Advertisment

କାର୍ତ୍ତିକ ମାସରେ ହବିଷ୍ୟାଳି ମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା। ଏଥିନିମନ୍ତେ ନିଜ ନାମ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ କୁହାଯାଇଥିଲା। ଏହି ପ୍ରକ୍ରିୟା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଗତ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା। ମାତ୍ର କେବଳ ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା। ଫଳରେ ବହୁ ହବିଷ୍ୟାଳି ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଥିଲେ। ଏପରି ସ୍ଥିତିରେ ହବିଷ୍ୟାଳିମାନେ ଗତକାଲିଠୁ ପୁରୀରେ ଆସି ପହଞ୍ଚିଥିବା ବେଳେ ସେମାନଙ୍କୁ ରହିବାକୁ ଜାଗା ଖଣ୍ଡେ ମିଳୁନି। ଫଳରେ ସେମାନେ ଗତକାଲିଠୁ ସେମିତି ଖରା ତରାରେ ବୃନ୍ଦବତୀ ନିବାସର ବାହାରେ ବସି ରହିଛନ୍ତି। ଏଥିରୁ ଜଣେ ହବିଷ୍ୟାଳି ଅଚେତ ହୋଇପଡ଼ିଛନ୍ତି।

ଅନ୍ୟପକ୍ଷରେ ଧାରଣାସ୍ଥଳରେ ପହଞ୍ଚି ଅଣପଞ୍ଜୀକୃତ ହବିଷ୍ୟାଳିଙ୍କ ସମସ୍ୟାର ସମାଧାନ ତୁରନ୍ତ ହେବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମାଆ ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ। ଘଣ୍ଟାଏ ଭିତରେ ସମାଧାନ ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳିମାନେ ରହିବେ। ସ୍ଥାନାଭାବ ହେଲେ ଅନ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି।

Advertisment

 ସେହିପରି ପୁରୀ ଜିଲ୍ଲାପାଳ କହିଛନ୍ତି, ପୁରୀ ଆସିଥିବା ସମସ୍ତ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ। ସେମାନେ ରହିବା ପାଇଁ  ବେସମେଣ୍ଟରେ ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ଅନ୍ୟ ଧର୍ମଶାଳାରେ ରହିବେ ହବିଷ୍ୟାଳି।

Puri Shreemandir Habisyali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe