/odisha-reporter/media/post_attachments/uploadimage/library/16_9/16_9_0/IMAGE_1694447809.jpg)
Lokaseva Bhaban
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିଦିନ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ୨୨ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ। ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସହିତ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ (ଏଗ୍ଜିକ୍ୟୁଟିଭ୍) ଗୁଡ଼ିକ ମଧ୍ୟ ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ଛୁଟି ରହିବ।
ଏହା ପୂର୍ବରୁ ଆଜି କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି। ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ କେନ୍ଦ୍ର ସରକାର ହାଫ୍ ଡେ’ ଘୋଷଣା କରିଛନ୍ତି।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। #NaveenOdisha#JaiShriRam#JaiJagannathapic.twitter.com/kUiZKMIAsx
— I & PR Department, Odisha (@IPR_Odisha) January 18, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
