Advertisment

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜାନୁଆରୀ ୨୨ରେ ହାଫ୍ ଡେ’ ଛୁଟି

ପୂର୍ବରୁ ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
Lokaseva Bhaban

Lokaseva Bhaban

Advertisment

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିଦିନ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ୨୨ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ। ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସହିତ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ (ଏଗ୍‌ଜିକ୍ୟୁଟିଭ୍‌) ଗୁଡ଼ିକ ମଧ୍ୟ ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ଛୁଟି ରହିବ। 

ଏହା ପୂର୍ବରୁ ଆଜି କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖ ପାଇଁ  ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି। ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ କେନ୍ଦ୍ର ସରକାର ହାଫ୍ ଡେ’ ଘୋଷଣା କରିଛନ୍ତି।  

Advertisment

Ram Temple Inauguration Ram Temple Event Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe