Advertisment

ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍

ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

author-image
Tapaswini Nayak
ଅଦ୍ୟତନ ହୋଇଛି
School

School

ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ' ସ୍କୁଲ। ଭୁବନେଶ୍ୱରରେ ଆଜି ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍। ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ। ଏହି ଆଶଙ୍କାରେ ଆଜି  ହାଫ୍ ଡେ' ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି। 

ଅନ୍ୟପକ୍ଷରେ ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବିଏହି ସମ୍ମିଳନୀରେ ଯୋଗ ଦେବେ। ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିସ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।

Advertisment
Bhubaneswar School